ହିମାଚଳ ପ୍ରଦେଶରେ ମେ ୬ ରୁ ୧୬ ତାରିଖ ୧୦ ଦିନିଆ କର୍ଫ୍ୟୁ ଜାରି
ସିମଲା: ମେ ୬ ତାରିଖ ମଧ୍ୟରାତ୍ୟରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁ ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ସମୟରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ବି କଟକଣା ଲଗାଯାଇଛି । ସେହିଭଳି ଆରଟିପିସିଆର ଟେଷ୍ଟର ନେଗେଟିଭ୍ ରିପୋର୍ଟ ବିନା କେହି ବି ବାହାରକୁ ବାହାରିବାକୁ ଅନୁମତି ମିଳିବ ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ବ୍ୟତୀତ ରାଜ୍ୟ ସରକାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବିନା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବେ ବୋଲି ଘୋଷଣା କରିଛନ୍ତି । କହି ରଖୁ କି ମଙ୍ଗଳବାର ଦିନ ହିମାଚଳ ପ୍ରଦେଶରେ ୩,୮୨୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୦,୯୪୫ କୁ ବୃଦ୍ଧି ପାଇଛି ।
ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣରେ ୪୮ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣରେ ମୋଟ ୧,୬୪୭ ଜଣଙ୍କର ଜୀବନ ଗଲାଣି ।