ପୁଣି ଫେରିଲା ଥଣ୍ଡା: ବରଫ ଚାଦର ତଳେ ପୂରା ହିମାଚଳ ପ୍ରଦେଶ; ମାତା ବୈଷ୍ଣୋ ଦେବୀ ପୀଠରେ ହେଲା ତୁଷାରପାତ… ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ପୁଣି ଥରେ ଥଣ୍ଡା ଲେଉଟିବା ସହ ପୂରା ଉତ୍ତର ଭାରତକୁ ଥରାଇ ରଖିଦେଇଛି। ଆଜି ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବା ଫଳରେ ସାଧାରଣ ଜନଜୀବନ ପୂରା ମାତ୍ରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂରା ହିମାଚଳ ପ୍ରଦେଶ ସତେ ଯେମିତି ଢ଼ାଙ୍କି ହୋଇ ରହିଛି ସଫେଦ୍ ଧଳାର ଏକ ବରଫ ଚାଦର। ଗଛ ପତ୍ର, ଘର ଦ୍ୱାର, ରାସ୍ତା ଘାଟ ଯୁଆଡ଼େ ଚାହିଁଲେ ବି ଖାଲି ବରଫ ଆଉ ବରଫ।
Sambad is now on WhatsApp
Join and get latest news updates delivered to you via WhatsApp
Himachal Pradesh Disaster Management Authority: 446 roads including 5 National Highways are still closed , 121 electricity supply schemes are disrupted and 19 water supply schemes are still disrupted, following heavy snowfall. Visuals from Palchan-Manali road. pic.twitter.com/5r8vylXTCC
— ANI (@ANI) January 21, 2020
ପ୍ରବଳ ତୁଷାରପାତ ଫଳରେ ହିମାଚଳ ପ୍ରଦେଶର ୫ ଟି ଜାତୀୟ ରାଜପଥ ସମେତ ୪୪୬ଟି ରାଜ୍ୟ ରାଜପଥ ସଂପୂର୍ଣ୍ଣ ରୂପେ ଅବରୋଧ ହୋଇ ପଡ଼ିବା ସହ ଯାତାୟାତ ସଂପୂର୍ଣ୍ଣ ରୂପେ ଠପ୍ ହୋଇ ପଡ଼ିଛି। ସେହିପରି ୧୨୧ଟି ବିଦ୍ୟୁତ ସବ୍ଷ୍ଟେସନ ଓ ୧୯ଟି ପାଣି ସପ୍ଲାଇ କରୁଥିବା ପମ୍ପ ହାଉସ ବରଫରେ ପୋତି ହୋଇ ପଡ଼ିବା ଫଳରେ ବିଦ୍ୟୁତ ଓ ପାଣି ଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହୋଇଛି।
#WATCH Mata Vaishno Devi shrine in Jammu and Kashmir received fresh snowfall today. pic.twitter.com/TIJqgRrnag
— ANI (@ANI) January 21, 2020
ଅନ୍ୟପକ୍ଷରେ ଜମ୍ମୁର କଟ୍ରା ସ୍ଥିତ ପ୍ରସିଦ୍ଧ ମାତା ବୈଷ୍ଣୋ ଦେବୀଙ୍କ ପୀଠରେ ମଧ୍ୟ ଆଜି ତୁଷାରପାତ ହୋଇଥିବା ଜାଣିବାକୁ ମିଳିଛି।