ସିମଲା: ଦିନ ଚାଲିଗଲା, ଚିହ୍ନ ରହିଗଲା । ବନ୍ୟା ସିନା ଛାଡିଛି ହେଲେ କ୍ଷତଚିହ୍ନ ସେମିତି ରହିଛି । ହିମାଚଳ ପ୍ରଦେଶ ଛାତିରେ ପ୍ରକୃତି ତାଣ୍ଡବଲୀଳା ରଚିବା ପରେ ଏବେ ଟକି ଧ୍ବଂସଲୀଳା ଥମିଛି । ଆଉ ବର୍ଷା-ବନ୍ୟାର ସେ ହାହାକାର ପରିସ୍ଥିତି ଟିକେ ସୁଧୁରିଛି । ନଦୀରେ ଜଳ କମିଛି ସତ ହେଲେ ପ୍ରଳୟ ବେଳେ ପାଣି ପାଟିରେ ସବୁ କିଛି ପଶିଯାଇଛି । ଆଉ ଏବେ ଯାହା କିଛି ରହି ଯାଇଛି ତାହା ଗଭୀର କ୍ଷତିର କ୍ଷତଚିହ୍ନ ।
#WATCH | Himachal Pradesh | Aftermath of the flash floods and cloud bursts in Mandi's Thunag (05.07) pic.twitter.com/WPN2ggrfwD
— ANI (@ANI) July 6, 2025
ପାଣିର ପ୍ରଖର ସୁଅରେ ଘର ଭାସିଯାଇଛି, ଭୂସ୍କଳନର ଭୟଙ୍କର ତାଣ୍ଡବରେ ବଡ ବଡ ବିଲ୍ଡିଂ ଧସି ଯାଇଛି । ପାହାଡ ଧସି ଆସି ଜନବସତିରେ ପଡିଛି, ମାଟି ଧୋଇ ଯାଇଛି, ମନ୍ଦିର କ୍ଷତିଗ୍ରସ୍ତର ହୋଇଛି, ଗଛ ଉପୁଡି ପଡି ଭାସି ଯାଇଛି, ମଣିଷ ଭାସିଯାଇଛନ୍ତି.. ଏମିତି କେତେ କଣ ଏ ପ୍ରଳୟ ନେଇଯାଇଛି । ଆଉ ଏବେ ଯେତେବେଳେ ଟିକେ ବର୍ଷା କମିତି ସେତେବେଳେ ଯେଉଁ ଚିତ୍ର ହିମାଚଳ ପ୍ରଦେଶରୁ ଆସିଛି ତାହା ଦେଖି ଛାତି ଥରିଯାଉଛି ।
#WATCH | Himachal Pradesh | Drone visuals of Thunag Bazar in Mandi, severely affected by the recent flash floods and cloudburst.
— ANI (@ANI) July 6, 2025
(Source: State Disaster Response Force) https://t.co/7g7RszLEsQpic.twitter.com/DWy1A8lxGv
ପ୍ରକୃତି କୋପ ଯେ କେତେ ଭୟଙ୍କର ହୋଇପାରେ ତାର ବଡ ଉଦାହରଣ ହିମାଚଳର ମଣ୍ଡିରୁ ଆସି ଥିବା ଚିତ୍ର ହିଁ ବଖାଣୁଛି । କିଏ ପରିବାର ହରାଇଛି, କିଏ ଘରଦ୍ବାର ଦୋକାନ ହରାଇଛି, କିଏ ଜୀବନ ସହ ଜୀବୀକା ବି ହରାଇଛି, କିଏ କେତେ ପରିଶ୍ରମରେ ଗଢିଥିବା ସ୍ବପ୍ନର ଘର ବି ହରାଇଛି । ଥରେ ଭାବିଲେ ଜଣେ ମଣିଷ ତାର ଜୀବନ କାଳ ଭିତରେ କେତେ ପରିଶ୍ରମ କରି ଘରଖଣ୍ଡେ କରିଥିବ ହେଲେ ପ୍ରକୃତି ଗୋଟିଏ ଝଟକାରେ ସେ ଘରକୁ ଧୋଇନେବ- ଓଃ କେମିତି ଲାଗୁଥିବ ତାକୁ । ଏମିତି କେବଳ ଗୋଟିଏ ଘଟଣା ନୁହେଁ ହିମାଚଳପ୍ରଦେଶର ମଣ୍ଡିରୁ ଆସିଛି ଅନେକ କାହାଣୀ ଯାହା କରୁଣ ଓ ଦାରୁଣ ।
#WATCH | Mandi, Himachal Pradesh: A cloudburst in Seraj, Mandi, Himachal Pradesh, has damaged apple crops. Speaking about this, a local named Dinesh says, "...There has been a lot of damage. We planted a thousand plants in the garden, which was also destroyed. Some plants were 25… pic.twitter.com/VUSFBqZ3gC
— ANI (@ANI) July 6, 2025
ବନ୍ୟାରେ କ୍ଷତିଗ୍ରସ୍ତ ସ୍ଥାନୀୟ ବାସିନ୍ଦା ପ୍ରଳୟକୁ ପାଖରୁ ଦେଖିଥିବା କହିଛନ୍ତି ଆଉ ବଖାଣିଛନ୍ତି କ୍ଷୟକ୍ଷତି କଥା । କିଛି ଲୋକଙ୍କର ୨୫ ବର୍ଷ ତଳର ବଗିଚା ଧସି ଭାସି ଯାଇଛି ତ କିଏ ଭଗବାନକୁ ଧନ୍ୟବାଦ ଦେଉଛି କି ବରଂ ତାର ସବୁ କିଛି ପାଣି ପାଟିରେ ପଶିଯାଉ କିନ୍ତୁ ତାର ଜୀବନ ସହ ତାର ପରିବାର ସୁରକ୍ଷିତ ଅଛନ୍ତି । ପ୍ରଳୟ ପରେ ଧିରେଧିରେ ଅଣ୍ଟା ସଳଖୁଛି ହିମାଚଳ ପ୍ରଦେଶ ।