ହିମାଚଳ ପ୍ରଦେଶ : ଭୋଟ ଗଣତି ଶେଷ, ୪୦ଟି ଆସନ ସହ ସରକାର ଗଢିବ କଂଗ୍ରେସ, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ

ସିମଲା : ହିମାଚଳ ପ୍ରଦେଶରେ ଭୋଟ ଗଣତି ଶେଷ ହୋଇଛି । କଂଗ୍ରେସ ୪୦ଟି ଆସନରେ ବିଜୟ ସହ ପରବର୍ତ୍ତୀ ସରକାର ଗଢିବା ନିଶ୍ଚିତ କରିଛି । ବିଜେପି ୨୫ଟି ଆସନରେ ବିଜୟ ହାସଲ କରି ବିରୋଧୀ ଦଳରେ ରହିବ । ଅନ୍ଯପକ୍ଷରେ ଆମ ଆଦମି ପାର୍ଟି ଏହି ରାଜ୍ୟରେ ଖାତା ଖୋଲିପାରିନାହିଁ । ବିଜେପି ପକ୍ଷରୁ ଜନାଦେଶକୁ ସ୍ବୀକାର କରାଯିବା ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଇସ୍ତଫା ଦେଇଛନ୍ତି ।

ତେବେ ସେ କହିଛନ୍ତି ଯେ ରାଜ୍ୟ ଇତିହାସରେ ସବୁଠାର କମ ଭୋଟ ପ୍ରତିଶତ ପାଇଁ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । କିନ୍ତୁ ସେ ଜନାଦେଶକୁ ସ୍ବୀକାର କରୁଛନ୍ତି । ରାଜ୍ୟରେ କଂଗ୍ରେସ ୪୩.୯୦ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୪୩ ପ୍ରତିଶତ ଭୋଟ ପାଇଛି ।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶର ଭୋଟରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ହିମାଚଳ ନିର୍ବାଚନରେ ବିଜୟ ଓ ପରାଜୟ ମଧ୍ୟରେ ୧ ପ୍ରତିଶତ ଭୋଟର ଅନ୍ତର ରହିଛି । ଏହାର ଅର୍ଥ ହେଉଛି ସେଠାକାର ଲୋକମାନେ ବିଜେପିକୁ ଜିତାଇବାକୁ ବି ଭରପୁର ଉଦ୍ୟମ କରିଛନ୍ତି । ଏଣୁ କେନ୍ଦ୍ର ସରକାର ହିମାଚଳ ପ୍ରଦେଶର ବିକାଶ ପାଇଁ ପ୍ରତିଜ୍ଞାବଦ୍ଧ ରହିବେ ।

 

ସମ୍ବନ୍ଧିତ ଖବର