ହିମାଚଳରେ ବରଫ ପାଲଟୁଛି ନଦୀ, ହ୍ରଦ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଆସିବାରୁ ରାଜ୍ୟର ଲା‌େହାଲ୍ ଏବଂ ସ୍ପିଟି ଜିଲ୍ଲାରେ ବରଫପାତ ଦେଖିବାକୁ ମିଳିଛି। ଏଠାକାର ଅଧିକାଂଶ ନଦୀ ଓ ହ୍ରଦର ଜଳ ବରଫ ପାଲଟିଯାଇଛି। ଛତ୍ରୁ ଅଞ୍ଚଳର ଚନ୍ଦ୍ରା ନଦୀର ଉପରିଭାଗରେ ମୋଟା ଆସ୍ତରଣର ବରଫ ସୃଷ୍ଟି ହୋଇଛି। ପ୍ରବଳ ବରଫପାତ ଯୋଗୁ ରାସ୍ତାଘାଟ ବନ୍ଦ ‌େହାଇଯାଇଛି। ଫଳରେ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବାକୁ ଆସିଥିବା ଶହ ଶହ ପର୍ଯ୍ୟଟକ କେଉଁଆଡ଼େ ଯାଇନପାରି ହଟହଟା ହୋଇଛନ୍ତି। ବରଫପାତ ପୂର୍ବରୁ ‌ବୁଲିବାକୁ ପଳାଇଥିବା ପର୍ଯ୍ୟଟକଙ୍କୁ ବାୟୁସେନା ଏହାର ବିମାନ ସାହାଯ୍ୟରେ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡୁଛି। ଏମାନଙ୍କ ମଧ୍ୟରେ ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ‌େସପ୍ଟେମ୍ବର ୨୨ରୁ ୨୪ ତାରିଖ ମଧ୍ୟରେ ରାଜ୍ୟରେ ବାଦଲ ଫଟା ବର୍ଷା ହୋଇଥିଲା। ଏହାପରେ ରାଜ୍ୟରେ ଅସ୍ବାଭାବିକ ଭାବେ ବରଫପାତ ଦେଖିବାକୁ ମିଳିଥିବା କୁହାଯାଉଛି। ରୋହତଙ୍ଗ୍ ପାସ୍‌, କୁଞ୍ଜୁମ୍ ପାସ୍‌ ଏବଂ ବରଲଚା ପାସ୍‌ଠାରେ ପ୍ରବଳ ବରଫପାତ ହେଉଛି।

ସମ୍ବନ୍ଧିତ ଖବର