କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ଘଟଣାରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ପୁଲିସ ଉପରେ ଘନ ଘନ ଆକ୍ରମଣ କରୁଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, "ତୁମେ ମୋର ତିନି ବର୍ଷର ରେକର୍ଡ ଦେଖିଦିଅ । ଯଦି କୋଲକାତାରେ ଘଟିଥିବା ଜଘନ୍ୟ ଅପରାଧ ଆସାମରେ ଘଟିଥାନ୍ତା, ତେବେ ଆମ ସରକାର ତୁରନ୍ତ ନ୍ୟାୟ ଦେଇଥାନ୍ତେ। ରାଜ୍ୟର ବିରୋଧୀ ଦଳ ମୋର ଏହି ନୀତିକୁ ସମାଲୋଚନା କରୁଛନ୍ତି କିନ୍ତୁ ମୋତେ କୌଣସି ଫରକ ପଡେନାହିଁ | ଝିଅମାନଙ୍କୁ ସୁରକ୍ଷା ଦେବାରେ କୌଣସି ଆପୋଷ ବୁଝାମଣା ହେବ ନାହିଁ। "
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଆସାମ ସରକାର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଡାକ୍ତର, ବିଶେଷ କରି ମହିଳା ଡାକ୍ତରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଆମେ ଆଶା କରୁଛୁ କୋଲକାତାର ଆରଜି ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ମହିଳା ଡାକ୍ତରଙ୍କ ପିତାମାତା ନ୍ୟାୟ ପାଇବେ। କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କ ମୃତଦେହ ୯ ଅଗଷ୍ଟ ସକାଳେ ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲରେ ମିଳିଥିଲା। ସୁପ୍ରିମକୋର୍ଟ ଏହି ମାମଲାର ସ୍ୱତଃ ସଂଜ୍ଞାନ ନେଇଥିଲେ | ଆସନ୍ତାକାଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଜେବି ପାରଦୀଵାଲା ଏହି ମାମଲାର ଶୁଣାଣି କରିବେ | ସୋମବାର ବିଜେପି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଥିଲା | ଦଳ ଅଭିଯୋଗ କରିଛି ଯେ କୋଲକାତାର ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଅପରାଧୀଙ୍କୁ ବଞ୍ଚାଇବା ପାଇଁ ତାଙ୍କ(ମମତା) ନିର୍ଦ୍ଦେଶରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Himanta_Biswa_Sarma_Assam_CM_Twitter-1.jpg)