ନୂଆଦିଲ୍ଲୀ: ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ନେତା ଚୟନ କରାଯାଇଥିବା ଜଣାପଡିଛି । ଆଜିର ବୈଠକରେ ରାଜ୍ୟ ବିଜେପି ସଭାପତି ସର୍ବାନନ୍ଦ ସୋନୱାଲ ଏବଂ ବିଜେପି ବିଧାୟିକା ନନ୍ଦିତା ଗାର୍ଲୋସା ବିଧାୟକ ଦଳର ନେତା ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ ବୋଲି ଜଣାପଡିଛି |

Advertisment

publive-image indiatoday

ସୂଚନା ମୁତାବକ, ବୈଠକ ପୂର୍ବରୁ ରବିବାର ଦିନ ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଥିଲେ। ରାଜ୍ୟ ନେତୃତ୍ବ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ଦିନ ସର୍ବାନନ୍ଦ ସୋନୱାଲ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଶୀର୍ଷସ୍ତରୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ । ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ କେନ୍ଦ୍ରୀୟ ନିରୀକ୍ଷକ ଭାବେ ଉପସ୍ଥିତ ରହିଥିଲେ । ତେବେ ବିଧାୟକ ଦଳର ନେତା ହେବ ପରେ ହିମନ୍ତ ଶର୍ମା କେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେ ନେଇ କୌଣସି ସୂଚନା ମିଳିପାରନାହିଁ |