ଗୌହାଟି: ଆଜି ଆସାମର ୧୫ଶ ମୁଖ୍ୟମନ୍ତ୍ରୀ ଭାବେ ଭାରତୀୟ ଜନତା ପାର୍ଟିର ନେତା ହିମନ୍ତ ବିଶ୍ବ ଶର୍ମା ଗୌହାଟିସ୍ଥିତ ‘ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ର’ରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ସେ ସର୍ବସମ୍ମତିକ୍ରମେ ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ।
ଆସାମର ‘କଟନ୍ ୟୁନିଭର୍ସିଟି’ର ପୂର୍ବତନ ଛାତ୍ର ହିମନ୍ତ ହେଉଛନ୍ତି ଉତ୍ତରପୂର୍ବ ରାଜ୍ୟ ଆସାମର ଦ୍ବିତୀୟ ମୁଖ୍ୟମନ୍ତ୍ରୀ। ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ ବିଜୟ ହାସଲ କରିବା ପରେ ସର୍ବଣାନନ୍ଦ ସୋନୋୱାଲ୍ ମୁଖ୍ୟମନ୍ତ୍ରୀ ହୋଇ ସଫଳତାର ସହ ତାଙ୍କର କାର୍ଯ୍ୟକାଳ ସମାପନ କରିଥିଲେ।
Image Courtesy of The Times of Indiaସୂଚନାଯୋଗ୍ୟ, ଆସାମର ୧୫ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୭ଜଣ ହେଉଛନ୍ତି ‘କଟନ୍ ୟୁନିଭର୍ସିଟି’ର ଛାତ୍ର।
ଆଜିର ଶପଥ ଗ୍ରହଣ ଉତ୍ସବରେ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ବ୍ୟତିରେକେ, ବିଜେପି ଶାସିତ ପଡ଼ୋଶୀ ଉତ୍ତରପୂର୍ବ ରାଜ୍ୟ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ମେଘାଳୟର ମୁଖ୍ୟମନ୍ତ୍ରୀ କର୍ଣ୍ଣଡ଼ ସାଙ୍ଗ୍ମା, ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଏବଂ ନାଗାଲାଣ୍ଡ୍ର ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ ମଧ୍ୟ ହିମନ୍ତ ଓ ତାଙ୍କ କ୍ୟାବିନେଟ୍ର ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।
ଶପଥ ନେବା ପୂର୍ବରୁ ହିମନ୍ତ ଗୌହାଟିର କାମାକ୍ଷା ଏବଂ ଦୌଲ ଗୋବିନ୍ଦ ମନ୍ଦିର ଦର୍ଶନ କରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/himanta.jpg)