ପାପୀମାନେ କର୍କଟ ରୋଗର ଶିକାର ହୁଅନ୍ତି ବୋଲି ମନ୍ତବ୍ୟ ଦେଇ କ୍ଷମା ମାଗିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଆସାମର ଗୃହମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦର ପରିସରକୁ ଆସିଥିଲେ। ସେ କହିଥିଲେ ଯେ ‘ପାପୀମାନେ ହିଁ କର୍କଟ ରୋଗ ରୋଗର ଶିକାର ହୁଅନ୍ତି। କର୍କଟ ରୋଗ ହେଉଛି ଏକ ଦୈବୀକ ନ୍ୟାୟ।’ ଏବେ ସେ ତାଙ୍କର ଏହି ମନ୍ତବ୍ୟ ପାଇଁ କ୍ଷମା ପ୍ରର୍ଥନା କରିଛନ୍ତି। ସେ ଆହୁରି ବି କହିଛନ୍ତି କି କେହି ତାଙ୍କ କଥାର ଉଚିତ ମୂଲ୍ୟ ବୁଝିନାହାନ୍ତି। ତାଙ୍କ କଥାକୁ କଦର୍ଥ କରି ଜନସାଧାରଣ ସମ୍ମୁଖରେ ଉପସ୍ଥାପନ କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଶର୍ମା ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସଂପୂର୍ଣ୍ଣ କଥା ଜଣାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା ସରାକରୀ ସ୍କୁଲ୍‌ରେ ପଢୁଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକଙ୍କର ସମବେଦନା ରହୁ। ଶିକ୍ଷକମାନଙ୍କୁ କୌଣସି ପ୍ରକାର ଅସୁବିଧାରେ ନ ପକାଇବା ପାଇଁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ବାର୍ତ୍ତା ଦେଇଥିିଲେ। ସେ କହିଛନ୍ତିି ଯେ କର୍କଟ ପୀଡ଼ିତଙ୍କ ପ୍ରତି ତାଙ୍କ ମନରେ ସେପରି କୌଣସି ଭାବନା ନାହିଁ। ତଥାପି ବି ତାଙ୍କ କଥାକୁ କଦର୍ଥ କରାଯିବା ଫଲରେ ଯଦି କେହି କର୍କଟ ରୋଗୀ ଆଘାତ ପାଇଥାନ୍ତି ତେବେ ମୁଁ ସେମାନଙ୍କୁ ଆନ୍ତରିକ୍ଷ କ୍ଷମା ମାଗୁଛି ବୋଲି ଶ୍ରୀ ଶର୍ମା ଲେଖିଛନ୍ତି।

ସମ୍ବନ୍ଧିତ ଖବର