ଆବୁଧାବିରେ ହିନ୍ଦୀ ତୃତୀୟ ସରକାରୀ ଭାଷା

ଆବୁଧାବି: ଆବୁଧାବି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଆରବ ଏବଂ ଇଂରାଜି ପରେ ହିନ୍ଦୀକୁ ନିଜ ଅଦାଲତରେ ତୃତୀୟ ସରକାରୀ ଭାଷାର ମାନ୍ୟତା ଦେଇଛି। ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଏବଂ ଲୋକଭିମୁଖୀ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ହିନ୍ଦୀ ଭାଷୀ ଲୋକଙ୍କ ମକଦ୍ଦମାର ପ୍ରକ୍ରିୟା ଏବଂ ସେମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବାବଦ ତର୍କ ହିନ୍ଦୀରେ ହିଁ ସଂପାଦନ ହେବ ବୋଲି ସରକାର ଘୋଷଣା କରିଛନ୍ତି। ୟୁଏଇରେ ଭାରତୀୟଙ୍କ ସଂଖ୍ୟା ଏବେ ୨୬ ଲକ୍ଷରେ ପହଞ୍ଚିଛି ଏବଂ ଏହା ରାଷ୍ଟ୍ରର ମୋଟ ଜନସଂଖ୍ୟାର ୩୦ ପ୍ରତିଶତ।

ସମ୍ବନ୍ଧିତ ଖବର