ହିନ୍ଦୋନ ଏୟାରବେସରୁ ହୃଦୟସ୍ପର୍ଶୀ ଘଟଣା; ଭାରତରେ ପହଞ୍ଚିବା ପରେ ଭାଇକୁ ଚୁମ୍ବନ ଦେଇ ଖୁସିରେ ଝୁମି ଉଠିଲା ଭଉଣୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସି-୧୭ ବିମାନ ୧୬୮ଜଣଙ୍କ ମଧ୍ୟରୁ ୧୦୭ଜଣ ଭାରତୀୟ ନାଗରିକଙ୍କୁ ନେଇ ଗାଜିଆବାଦର ହିନ୍ଦୋନ ଏୟାରବେସରେ ଅବତରଣ କରିଛି। ଏଥିରେ ଦୁଇଜଣ ନବଜାତ ଶିଶୁ ବି ସାମିଲ ରହିଛନ୍ତି।

 

ଭାରତରେ ପହଞ୍ଚିବା ପରେ ମା’ଙ୍କ କୋଳରେ ଥିବା ନବଜାତ ଶିଶୁକୁ ତାର ଭଉଣୀ ଖୁସିରେ ଚୁମ୍ବନ ଦେଇ ପକାଉଛି। ଏହି ଘଟଣାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ରହିଛି।
ଭିଡିଓରେ ମହିଳା ଜଣକ ସାତଦିନ ଧରି କେମିତି ଭୟର ବାତାବରଣ ଥିଲା ତାହାକୁ କହୁଛନ୍ତି।

ମହିଳା ଜଣକ କହିଛନ୍ତି, କାବୁଲ ତାଲିବାନ ଅଧିନକୁ ଚାଲି ଯାଇଛି। ସେଠାରେ ସ୍ଥାନୀୟ ଓ ବିଦେଶୀ ନାଗରିକଙ୍କ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି। ଲୋକମାନେ ଯଥାସମ୍ଭବ ସେଠାରୁ ପଳାଇ ଆସିବା ପାଇଁ ବିମାନବନ୍ଦର‌ରେ ପହଞ୍ଚୁଛନ୍ତି।

ବାୟୁସେନାର ସି-୧୭ ବିମାନରେ ଆସିଥିବା ଜଣେ ଆଫଗାନି ମହିଳା କହିଛନ୍ତି, ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ତାଲିବାନ ମୋ ଘରକୁ ଜଳାଇ ଦେଇଛି। ମୁଁ ମୋର ଝିଅ ଓ ନାତି-ନାତୁଣୀ ସହିତ ପଳାଇ ଆସିଛି। ଆମର ଭାରତୀୟ ଭାଇ-ଭଉଣୀ ଆମ ଉପକାରରେ ଆସିଛନ୍ତି। ଆମର ସାହାଯ୍ୟ କରିଥିବାରୁ ଭାରତ ସରକାରଙ୍କୁ ଅଶେଷ ଧନ୍ୟବାଦ।

ସମ୍ବନ୍ଧିତ ଖବର