ନୂଆଦିଲ୍ଲୀ: ସମସ୍ତ ଭାରତୀୟ ନିଜ ଜନ୍ମଭୂମିକୁ ପୂଜା କରନ୍ତି। ମାତ୍ର ମହାତ୍ମା ଗାନ୍ଧି କହିଥିଲେ ଯେ ତାଙ୍କ ଦେଶଭକ୍ତି ତାଙ୍କ ଧର୍ମରୁ ହିଁ ଆସିଛି। ତେଣୁ ତୁମେ ଜଣେ ଯଦି ହିନ୍ଦୁ, ତେବେ ତୁମେ ସ୍ବତଃପ୍ରବୃତ୍ତ ଭାବେ ଜଣେ ଦେଶଭକ୍ତ। ତୁମେ ହିନ୍ଦୁ ଧର୍ମ ପ୍ରତି ସଚେତନ ନ ଥାଇପାର, ତୁମର ଜାଗିବା ଦରକାର ପଡ଼ିପାରେ, ମାତ୍ର ଜଣେ ହିନ୍ଦୁ କେବେ ଦେଶଦ୍ରୋହୀ ବା ଭାରତ ବିରୋଧୀ ହୋଇପାରେନା। ଆଜି ଏଠାରେ 'ମେକିଂ ଅଫ୍ ଏ ହିନ୍ଦୁ ପାଟ୍ରିଅଟ୍: ବ୍ୟାକ୍ଗ୍ରାଉଣ୍ଡ୍ ଅଫ୍ ଗାନ୍ଧିଜୀ'ସ୍ ହିନ୍ଦ୍ ସ୍ବରାଜ' ପୁସ୍ତକର ଉନ୍ମୋଚନ ଅବସରରେ ସମବେତ ଦର୍ଶକଙ୍କୁ ଉଦ୍ବୋଧନ ଦେଇ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏଭଳି ଟିପ୍ପଣୀ କରିଛନ୍ତି। ଗାନ୍ଧିଜୀଙ୍କର ଧର୍ମକୁ ବୁଝିବାର ମାନେ ଥିଲା ସହନଶୀଳତା। ନିଜ ଧର୍ମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଅନ୍ୟ ଧର୍ମକୁ ମଧ୍ୟ ସମ୍ମାନ ଜଣାଇବା ହେଉଛି ଭାରତୀୟ ବିଚାରଧାରାର ମୌଳିକ ତତ୍ତ୍ବ ବୋଲି ଭାଗବତ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp