କରାଚୀ : ପାକିସ୍ତାନରେ ପୁଣି ହିନ୍ଦୁମାନଙ୍କୁ ଟାର୍ଗେଟ୍ କରି ହତ୍ୟା ଆରମ୍ଭ ହୋଇଯାଇଛି। କରାଚୀ ପୌର ନିଗମର ଅବସରପ୍ରାପ୍ତ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବୀରବଲ ଜେନାନିଙ୍କୁ ଆଜି ଲ୍ୟାରୀ ଏକ୍ସପ୍ରେସ୍ୱେ ନିକଟରେ ଗୁଳିକରି ହତ୍ୟା କରାଯାଇଛି। ଡ. ବୀରବଲ ତାଙ୍କର ଜଣେ ସହଯୋଗୀଙ୍କ ସହ କାର୍ରେ ଯାଉଥିବା ବେଳେ ତାଙ୍କ ଉପରେ ଅତର୍କିତ ଗୁଳିମାଡ଼ ହୋଇଥିଲା।
ଏହା ପୂର୍ବରୁ ଚଳିତ ମାସରେ ଆଉ ଜଣେ ହିନ୍ଦୁ ଡାକ୍ତର ଧରମ ଦେବ ରାଠୀଙ୍କୁ ମଧ୍ୟ ଅଜଣା ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଥିଲେ। ହିନ୍ଦୁଙ୍କ ଟାର୍ଗେଟ୍ କିଲିଂ ମାମଲାରେ ପାକିସ୍ତାନ ସରକାର ନିଷ୍କ୍ରିୟ ନୀତି ଅବଲମ୍ବନ କରିଥିବାରୁ ଆତଙ୍କ ବଢ଼ିଯାଇଛି। ଆତଙ୍କିତ ହିନ୍ଦୁମାନେ ତୁରନ୍ତ ସୁରକ୍ଷା ଦାବି କରି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/pakistan-dd.jpg)