ଆତଙ୍କରେ ପାକିସ୍ତାନୀ ହିନ୍ଦୁ, କୋର୍ଟ ଆଗରୁ ଯୁବତୀକୁ ବଳପୂର୍ବକ ଅପହରଣ

ନୂଆଦିଲ୍ଲୀ : ପାକିସ୍ତାନରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଶ୍ବାସନା ସତ୍ତ୍ବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କୌଣସି ଲଗାମ ଲଗାଯାଇପାରୁ ନାହିଁ ।

ନିକଟରେ ପାକିସ୍ତାନର ସିନ୍ଧ ପ୍ରଦେଶର ଉମରକୋଟଠାରେ କେତେକ ଲୋକ ଜଣେ ହିନ୍ଦୁ ଯୁବତୀକୁ ଜବରଦସ୍ତ ଘରୁ ଟାଣି ନେଇ ଏକ କାରରେ ବସାଇ ଅପହରଣ କରିନେଇଥିଲେ । ପରେ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ତାର ଧର୍ମାନ୍ତରୀକରଣ କରିବା ସହ ଅପହରଣକାରୀ ସହ ତାକୁ ବଳପୂର୍ବକ ବିବାହ କରାଇଦେଇଥିଲେ । ଦୁର୍ଭାଗ୍ୟଜନକ ହେଉଛି ଉମରକୋଟ ସେସନ୍ସ କୋର୍ଟ ଆଗରେ ଏହି ଦୁର୍ବୃତ୍ତମାନେ ଉକ୍ତ ଯୁବତୀକୁ ବଳପୂର୍ବକ ଅପହରଣ କରୁଥିବାବେଳେ ସହାୟତା ପାଇଁ କେହି ଆଗକୁ ଆସିଲେ ନାହିଁ । ବିଜେପି ନେତା ମନିନ୍ଦର ସିଂ ସିରସା ଏ ନେଇ ଏକ ଭିଡିଓ ଟୁଇଟ କରିବା ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ନିଜର ଟୁଇଟରେ ସେ ଇମ୍ରାନ ଖାଁ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଟାଗ କରିଛନ୍ତି ।

 

ଦୁଇଦିନ ତଳେ ପାକି­ସ୍ତାନର କରାଚୀଠାରେ କେତେକ ଦୁର୍ବୃତ୍ତ ଏକ ଦୁର୍ଗା ମନ୍ଦିରରେ ପ୍ରବେଶ କରି ଦେବୀପ୍ରତିମାକୁ ଭାଙ୍ଗିଦେଇଥିଲା ।

ସମ୍ବନ୍ଧିତ ଖବର