ଗାନ୍ଧୀନଗର : ଗୁଜୁରାଟରେ ଜଣେ ହିନ୍ଦୁ ପ୍ରେମିକା ଏବଂ ମୁସ୍ଲିମ୍ ପ୍ରେମିକଙ୍କ ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ସୁରଟ୍ ପୁଲିସକୁ ଆବେଦନ କରି ଯୁବତୀ ଜଣଙ୍କ, ମୁଁ ଏକ ମୁସ୍ଲିମ୍ ଯୁବକଙ୍କୁ ପ୍ରେମ କରୁଛି । କିନ୍ତୁ ସେ ଧର୍ମ ପରିବର୍ତ୍ତନ କରି ଶାକାହାରୀ ହେବା ପରେ ଯାଇ ମୁଁ ତାଙ୍କୁ ବିବାହ କରିବି ବୋଲି ଲେଖିଥିବା ଦେଖା ଯାଇଛି ।
/sambad/media/post_attachments/wp-content/uploads/2019/05/Wedding_rings-300x225.jpg)
ସୂଚନା ମୁତାବକ, ଉଭୟ ପ୍ରେମିକ-ପ୍ରେମିକା ୬ମାସ ପର୍ଯ୍ୟନ୍ତ ପ୍ରେମ ସଂପର୍କରେ ରହିବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ବିବାହ କରିବା ପାଇଁ ଅଦାଲତକୁ ଯାଇଥିବା ବେଳେ ଦୁହିଁଙ୍କ ପରିବାର ଲୋକେ ଆସି ସେଠାରେ ପହଞ୍ଚି ଯାଇଥିଲେ । ଯାହା ପରେ ଦୁହେଁ ଅନେକ ଚେଷ୍ଟା ପରେ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ । ଏଭଳି ଘଟଣା ପରେ ଯୁବତୀଙ୍କ ପରିବାର ଲୋକେ ପୁଲିସରେ ଖବର ଦେଇଥିଲେ । ଖବର ପାଇ ପୁଲିସ ଦୁହିଁଙ୍କୁ ହେପାଜତକୁ ନେବା ସହ ପରେ ସାବାଳକ ବୋଲି ଜାଣି ଛାଡ଼ି ଦେଇଥିଲା । ପୁଲିସ ଛାଡ଼ିବା ପରେ ଯୁବତୀଜଣଙ୍କ ପୁଲିସକୁ ଏକ ଆବେଦନ ପତ୍ର କରିଥିଲେ । ଯେଉଁଥିରେ ମୁଁ ଏକ ମୁସ୍ଲିମ୍ ଯୁବକଙ୍କୁ ପ୍ରେମ କରୁଛି । କିନ୍ତୁ ସେ ଧର୍ମ ପରିବର୍ତ୍ତନ କରି ଶାକାହାରୀ ହେବା ପରେ ଯାଇ ମୁଁ ତାଙ୍କୁ ବିବାହ କରିବି ବୋଲି ଲେଖା ଯାଇଥିଲା । ଏହି ଆବେଦନ ପତ୍ର ପୁଲିସକୁ ଦେବା ସହ ଏହାର ଏକ କପି ଯୁବକଙ୍କୁ ପଠାଇ ଦିଆଯିବା ଦରକାର ବୋଲି କହିଥିଲେ ଯୁବତୀ । ତେବେ ଏହି ମାମଲାକୁ ନେଇ ପୁଲିସ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାର କରି ପାରି ନଥିବା ଜଣା ପଡ଼ିଛି ।