ଲସ ଆଞ୍ଜେଲସ୍ : ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ନାଗରିକ ଅଧିକାର ବିଭାଗ ଏକ ରିପୋର୍ଟ ଜାରି କରିଛି। କାଲିଫର୍ଣ୍ଣିଆରେ ଧର୍ମ ବିରୋଧୀ ହିନ୍ଦୁ ବିରୋଧୀ ଘୃଣା ଅପରାଧ ଦ୍ବିତୀୟ ସର୍ବାଧିକ ମାମଲା ପାଲଟିଛି। ଏହି ରିପୋର୍ଟ ଅନୁଯାୟୀ, କାଲିଫର୍ଣ୍ଣିଆରେ ଘୃଣା ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଏହି ରାଜ୍ୟରେ ଧାର୍ମିକ ଘୃଣାର ଏକ ବଡ଼ ରୂପ ଇହୁଦ ବିରୋଧୀ ଥିବା ବେଳେ ଇସଲାମୋଫୋବିଆ ( ମୁସଲିମ ବିରୋଧୀ) ଘୃଣା ଅପରାଧ  ତୃତୀୟ ସ୍ଥାନରେ ରହିଛି।

Advertisment

ଏହି ତଥ୍ୟ ଏପରି ସମୟରେ ଆସିଛି ଯେତେବେଳେ ଭାରତୀୟ-ଆମେରିକୀୟ ରାଜନେତାମାନେ ଆମେରିକାରେ ହିନ୍ଦୁଫୋବିଆ ବୃଦ୍ଧି ବିଷୟରେ କହୁଛନ୍ତି । ବାସ୍ତବରେ, ଗତବର୍ଷ ୨୦୨୩ରେ କାଲିଫର୍ଣ୍ଣିଆ ଘୃଣା ଅପରାଧର ମୁକାବିଲା ପାଇଁ କାଲିଫର୍ଣ୍ଣିଆ ବନାମ ହେଟ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ପ୍ରଥମ ବର୍ଷରେ ୧୦୦୦ରୁ ଅଧିକ ମାମଲା ଆସିଥିଲା।

କାଲିଫର୍ଣ୍ଣିଆ ନାଗରିକ ଅଧିକାର ବିଭାଗ ରିପୋର୍ଟ ଅନୁଯାୟୀ, ଧାର୍ମିକ ଘୃଣା ଅପରାଧ ମାମଲାରେ ହିନ୍ଦୁ ବିରୋଧୀ ଘୃଣା ୨୩.୩% ସହ ଦ୍ବିତୀୟ ସ୍ଥାନରେ ରହିଛି।  ଇହୁଦୀ ବିରୋଧୀ ଘୃଣା ସର୍ବାଧିକ ୩୭% ଥିବା ବେଳେ ମୁସଲମାନ ବିରୋଧୀ ଘୃଣା ୧୪.୬% ସହ ତୃତୀୟ ସ୍ଥାନରେ ରହିଛି।