ଢାକା/ନୂଆଦିଲ୍ଲୀ: ବାଂଲାଦେଶରେ ସେନାବାହିନୀର ୪୫ ମିନିଟିଆ ‘ଅନ୍ତିମ ଚେତାବନୀ’ ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାଇଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଯିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ରାସ୍ତାରେ ଓହରି ନାହାନ୍ତି।
ଏଥିସହିତ ପରିସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ବିକ୍ଷୋଭକାରୀମାନେ ଏଠାରେ ଅତି କମରେ ୨୭ଟି ଜିଲ୍ଲାର ହିନ୍ଦୁମାନଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇ ଯାଇଛନ୍ତି। ଏଥିସହିତ ସାରା ଦେଶରେ ଅତି କମରେ ଚାରିଟି ହିନ୍ଦୁ ମନ୍ଦିର ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଛନ୍ତି।
କାଲିଗଞ୍ଜ ଉପଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଚାରିଜଣ ହିନ୍ଦୁ ପରିବାର ଘରୁ ବିକ୍ଷୋଭକାରୀ ଲୁଟ କରିଛନ୍ତି। ଏଥିସହିତ ଗତକାଲି ରାତିରେ ହାଟିବନ୍ଧା ଉପଜିଲ୍ଲାର ପୁରବୋ ସର୍ଦ୍ଦୁବି ଗ୍ରାମରେ ୧୨ଟି ହିନ୍ଦୁ ଘରକୁ ପୋଡି ଦିଆଯାଇଛି।
ଏହି ଘଟଣାରେ ପ୍ରଭାବିତ ହୋଇଥିବା ହିନ୍ଦୁ ପରିବାର ଭୋଭୋ ହୋଇ କାନ୍ଦିକାନ୍ଦି କହୁଛନ୍ତି, ‘ଏମିତି କୌଣସି ଜିଲ୍ଲା କି ଅଞ୍ଚଳ ନାହିଁ ଯେଉଁଠି ବିକ୍ଷୋଭକାରୀମାନେ ଆକ୍ରମଣ କରି ନାହାନ୍ତି। ଆକ୍ରମଣ କରିବା ସହିତ ସେମାନେ ଆମକୁ ମାଡ଼ ମାରି ଘରୁ ଲୁଟ କରି ଆମର ବ୍ୟବସାୟ ସ୍ଥାନଗୁଡ଼ିକ ଭାଙ୍ଗିରୁଜି ନଷ୍ଟ କରି ଦେଇଛନ୍ତି। ଏଥିରେ ଆମର କ’ଣ ଭୁଲ କିଛି ବୁଝି ପାରୁ ନାହିଁ। କ’ଣ ଦେଶର ନାଗରିକ ହେବା ଆମର ଭୁଲି ହୋଇଯାଇଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/726df0e1-3972-4d62-b9ae-a857f1c51489.jpg)