ଆଲିଗଡ଼ ବିଦ୍ୟାଳୟକୁ ହିନ୍ଦୁ ଜାଗରଣ ମଞ୍ଚର ଧମକ:ଖ୍ରୀଷ୍ଟ୍‍ମାସ ପାଳନ କରନାହିଁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆଲିଗଡ଼ରେ ହିନ୍ଦୁ ଜାଗରଣ ମଂଚର ଏକ ଧମକପୂର୍ଣ୍ଣ ପତ୍ର ଆଜି ବିଭିନ୍ନ ସ୍କୁଲ୍‌ରେ ବିତରଣ ହୋଇଛି। ଖ୍ରୀଷ୍ଟମାସ ପାଳନ ମାଧ୍ୟମରେ ଖ୍ରୀଷ୍ଟିଆନ ଧର୍ମର ପ୍ରସାର ପାଇଁ ଯୋଜନାବଦ୍ଧ ଉଦ୍ୟମ ହେଉଥିବାରୁ ବିଦ୍ୟାଳୟଗୁଡ଼ିକ ଏଭଳି ପର୍ବ ପାଳିବାରୁ ଦୂରେଇ ରହିବା ଉଚିତ ଏବଂ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ ନ କରିବାକୁ ଚେତାବନୀ ଦିଆଯାଇଛି । ହିନ୍ଦୁ ଛାତ୍ରଛାତ୍ରୀଙ୍କ ଉପରେ ବଳପୂର୍ବକ ଖ୍ରୀଷ୍ଟ ଧର୍ମର ପ୍ରଭାବ ପକାଇବାକୁ ଚେଷ୍ଟା କରିବା ଏକ ଅପରାଧ ଏବଂ ଏହାକୁ ହିନ୍ଦୁ ଜାଗରଣ ମଂଚ ଗ୍ରହଣ କରିବ ନାହିଁ ବୋଲି କୁହାଯାଇଛି । ସ୍କୁଲଗୁଡ଼ିକ ଧର୍ମାନ୍ତରଣ ପ୍ରକ୍ରିୟାରେ ଏକ ପ୍ରମୁଖ ମାଧ୍ୟମ ପାଲଟି ଯାଇଥିବାରୁ ଏହା ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ପତ୍ରରେ ଲେଖାଯାଇଛି । ଏହି ଧମକପୂର୍ଣ୍ଣ ପତ୍ର ପରେ ସରକାର ତତ୍ପର ହୋଇଉଠିଛନ୍ତି। ଆଇନଶୃଙ୍ଖଳା ରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଏସ୍‌୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏ ବାବଦରେ ଆନୁଷ୍ଠାନିକ ଭାବେ କୌଣସି ଅଭିଯୋଗ ମିଳିନଥିବା ଆଲିଗଡ଼ ଏସ୍‌୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର