ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ପ୍ରତ୍ୟାହାର କଲା ହିନ୍ଦୁ ମହାସଭା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରାଣାସୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଲଢିବାକୁ ଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭା ନିଜର ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଉପରୋକ୍ତ ସୂଚନା ଦେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଜାତୀୟ ସଭାପତି ସ୍ବାମୀ ଚକ୍ରପାଣି ମହାରାଜ କହିଛନ୍ତି ଯେ ବାରାଣାସୀରେ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀଙ୍କ ନାମ ପ୍ରତ୍ୟାହାର କରି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ଏହି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ଲାଗି ଦଳର କର୍ମାମାନଙ୍କୁ କୁହାଯାଇଛି। ଖାଲି ସେତିକି ନୁହେଁ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଭଳି ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିର୍ଦ୍ବନ୍ଦ୍ବରେ ବିଜୟୀ କରିବାକୁ ଅନ୍ୟ ରାଜନୈତିକ ଦଳମାନଙ୍କୁ ନିବେଦନ କରାଯାଇଛି।

ଏଣେ କିନ୍ନର ମହାମଣ୍ଡଳେଶ୍ବର ହିମାଙ୍ଗୀ ସଖୀ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାର ସୂଚନା ରହିଛି। ହିମାଙ୍ଗୀ ସଖୀ ପୂର୍ବରୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଙ୍ଗାପୁତ୍ର ହେଲେ ସେ ହେଉଛନ୍ତି ଶିଖଣ୍ଡୀ। ତାଙ୍କର ଜନ୍ମ ଗୁଜୁରାଟର ବରୋଦାରେ। ସେ କିନ୍ନରମାନଙ୍କ ବିକାଶ ଲାଗି ନିର୍ବାଚନ ଲଢିବେ ବବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର