ଏମିରେଟ୍ସ ବିମାନରେ ବନ୍ଦ ହେବ ନାହିଁ ‘ହିନ୍ଦୁ ମିଲ୍‌’

ନୂଆଦିଲ୍ଲୀ : ବିଦେଶୀ ଏୟାରଲାଇନ୍ସ ଏମିରେଟ୍ସ ନିଜ ବିମାନରେ ହିନ୍ଦୁ ମିଲ୍‌ ଯୋଗାଣ ବନ୍ଦ କରିବାକୁ ଯେଉଁ ଘୋଷଣା କରିଥିଲା ତାହାକୁ ରଦ୍ଦ କରିଛି । କମ୍ପାନିର ଏହି ନିଷ୍ପତ୍ତିକୁ ନେଇ ଲୋକମାନଙ୍କ ପ୍ରବଳ ପ୍ରତିକ୍ରିୟା ଦୃଷ୍ଟିରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି । କମ୍ପାନି ପକ୍ଷରୁ ଆଜି କୁହାଯାଇଛି ଯେ ବିଭିନ୍ନ ଧର୍ମାବଲମ୍ବୀଙ୍କ ବିଶ୍ୱାସକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରଦାନ କରାଯାଉଛି । ହିନ୍ଦୁମାନଙ୍କ ବିଶ୍ୱାସ ଅନୁଯାୟୀ ମଧ୍ୟ ଖାଦ୍ୟ ଯୋଗାଇଦିଆଯିବ । ଏଧରଣର ଖାଦ୍ୟ ପ୍ରଦାନ ବନ୍ଦ କରାଯିବ ନାହିଁ । ଆମ ଗ୍ରାହକମାନଙ୍କ ମତାମତ ଅନୁଯାୟୀ ଆମେ ଏହି ନିଷ୍ପତ୍ତି ଗ୍ରହଣ କରିଛୁ । ସୂଚନାଯୋଗ୍ୟ ଯେ ହିନ୍ଦୁ ମିଲ୍‌ର ଅର୍ଥ ହେଉଛି ହିନ୍ଦୁମାନଙ୍କ ଧର୍ମବିଶ୍ୱାସ ଅନୁଯାୟୀ ଖାଦ୍ୟ । ଏହା ସଂପୂର୍ଣ୍ଣ ଶାକାହାରୀ ହୋଇପାରେ । ଆମିଷ ହେଲେ ସେଥିରେ ଗୋମାଂସ ରହିବ ନାହିଁ । ସେହିପରି ମୁସଲିମ ଖାଦ୍ୟର ଅର୍ଥ ହେଉଛି ହଲାଲ ପଦ୍ଧତିରେ ପ୍ରସ୍ତୁତ ହୋଇଥିବ, ସେଥିରେ ମଦ୍ୟ ନଥିବ, ଘୁଷୁରୀ ମାଂସ ନଥିବ ।

ସମ୍ବନ୍ଧିତ ଖବର