ନୂଆଦିଲ୍ଲୀ: ମନ୍ଦିର-ମସଜିଦ୍ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେଉଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କିଛିଦିନ ତଳେ ଏ ନେଇ ଉପୁଜିଥିବା ନୂଆ ବିବାଦକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ। ମୋହନ ଭାଗବତ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ପରେ କିଛି ଲୋକ ଅନୁଭବ କରନ୍ତି ଯେ ସେମାନେ ନୂତନ ସ୍ଥାନରେ ସମାନ ପ୍ରସଙ୍ଗ ଉଠାଇ ହିନ୍ଦୁଙ୍କ ନେତା ହୋଇପାରିବେ, ଏହା ଗ୍ରହଣୀୟ ନୁହେଁ। କିନ୍ତୁ ଏହାକୁ ନେଇ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁସଲିମ ଧର୍ମଗୁରୁମାନେ ଏହାକୁ ସମର୍ଥନ କରିଥିବାବେଳେ ହିନ୍ଦୁମାନଙ୍କ ମଧ୍ୟରେ ଏହାକୁ ବିରୋଧ କରାଯାଉଛି ।
ହିନ୍ଦୁ ଧର୍ମଗୁରୁ ରାମଭଦ୍ରଚାର୍ଯ୍ୟ ଆରଏସଏସ ଏବଂ ଭାଗବତଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ରାମ ମନ୍ଦିର ନିର୍ମାଣରେ ସଂଘର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି। ସଂଘ ନଥିବା ବେଳେ ମଧ୍ୟ ହିନ୍ଦୁଧର୍ମ ରହିଥିଲା। ରାମ ମନ୍ଦିର ଆନ୍ଦୋଳନରେ ସେମାନଙ୍କର କୌଣସି ଭୂମିକା ନାହିଁ, ଇତିହାସ ଏହାର ସାକ୍ଷୀ ବୋଲି ସେ କହିଛନ୍ତି ।
ହିନ୍ଦୁ ଧର୍ମଗୁରୁ ରାମଭଦ୍ରଚାର୍ଯ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଆରଏସଏସ ଏବଂ ଭାଗବତଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
ରାମଭଦ୍ରଚାର୍ଯ୍ୟ ମଧ୍ୟ ରାମ ମନ୍ଦିରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ରାମ ମନ୍ଦିର ନିର୍ମାଣରେ ସଂଘର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି। ସଂଘ ନଥିବା ବେଳେ ମଧ୍ୟ ହିନ୍ଦୁଧର୍ମ ରହିଥିଲା। ରାମ ମନ୍ଦିର ଆନ୍ଦୋଳନରେ ସେମାନଙ୍କର କୌଣସି ଭୂମିକା ନାହିଁ, ଇତିହାସ ଏହାର ସାକ୍ଷୀ । ଆମେ ସାକ୍ଷ୍ୟ ଦେଇଥିଲୁ, ଆମେ ୧୯୮୪ ରୁ ଲଢ଼ିଥିଲୁ, ଏଥିରେ ଆରଏସଏସର କୌଣସି ଭୂମିକା ନାହିଁ । ସମ୍ଭାଲରେ ଆରମ୍ଭ ହୋଇଥିବା ମନ୍ଦିର-ମସଜିଦ ବିବାଦ ଉପରେ ରାମଭଦ୍ରଚାର୍ଯ୍ୟ କହିଛନ୍ତି ଯେ ଆମେ ଆମର ଅତୀତ ଚାହୁଁଛୁ, ସହଅସ୍ତିତ୍ୱର ଅର୍ଥ ସମସ୍ତେ ନିଜ ଧର୍ମ ଅନୁସରଣ କରନ୍ତୁ, ଯଦି ସେମାନେ ଆମର ମନ୍ଦିର ଭାଙ୍ଗିଛନ୍ତି, ତେବେ ଆମକୁ ମନ୍ଦିର ଦରକାର ।
ରାମଭଦ୍ରଚାର୍ଯ୍ୟ କହିଛନ୍ତି ଯେ ମୋହନ ଭାଗବତ ହିନ୍ଦୁମାନଙ୍କର ଅନୁଶାସକ ହୋଇପାରିବେ ନାହିଁ, ଧର୍ମାଚାର୍ଯ୍ୟ ସେମାନଙ୍କର ଅନୁଶାସକ ହୋଇପାରନ୍ତି । ମୋହନ ଭାଗବତ ହିନ୍ଦୁ ଧର୍ମ ବିଷୟରେ ଅଧିକ ଜାଣନ୍ତି ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଧର୍ମ ଅନୁସରଣ କରିବାର ଅଧିକାର ରହିଛି । ତାଙ୍କର ଏହି ବୟାନ ଦୁର୍ଭାଗ୍ୟଜନକ। ସେ ତୁଷ୍ଟୀକରଣ ପାଇଁ ଏପରି ବୟାନ ଦେଉଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/23/ZBOIOs41gcIpwkofkj6i.jpeg)