ଦିଲ୍ଲୀ ହିଂସା : ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

୨୪ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସିଂଘୁ ସୀମା ଖାଲି କରିବାକୁ କହିଲା ହିନ୍ଦୁ ସେନା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏ ନେଇ ଯୋଗୀ ପ୍ରଶାସନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶନାମା ଜାରି ଜାରି କରିଛନ୍ତି। 

ଦୀର୍ଘ ୬୪ଦିନ ଧରି ନୂଆ କୃଷି ଆଇନକୁ ବିରୋଧ କରି ଚାଲିଆସୁଥିବା ଆନ୍ଦୋଳନ ଏବେ କେଉଁ ମୋଡ ନେବ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କୁ ଚାଷୀଙ୍କ ବିରୋଧୀ କରାଇଛି। ୬୪ଦିନ ଧରି ଆନ୍ଦୋଳନରତ ଚାଷୀଙ୍କୁ ଖାଇବାକୁ ଦେଉଥିବା ସିଂଘୁ ସୀମାର ସ୍ଥାନୀୟ ବାସିନ୍ଦା ଏବେ ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କହିଛନ୍ତି। ଏହା ସହ ୨୪ଘଣ୍ଟା ମଧ୍ୟରେ ସିଂଙ୍ଗୁ ସୀମା ଖାଲି କରିବାକୁ କହିଛି ହିନ୍ଦୁ ସେନା। ଏ ମଧ୍ୟରେ ଗାଜିପୁର ଚାଷୀଙ୍କୁ ହଟାଇବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

सिंघु बॉर्डर पर किसान आंदोलन के खिलाफ प्रदर्शन
aajtak

ଅନ୍ୟପକ୍ଷରେ ହିଂସାଙ୍କୁ ନେଇ ଲେଖାଯାଇଥିବା ଏତଲା ମଧ୍ୟରୁ ୯ଟି ଏତଲାର ଯାଞ୍ଚ ଦାୟିତ୍ବ ସିବିଆଇକୁ ଦିଆଯାଇଛି। ଏବେ ସିବିଆଇ ଘଟଣାର ଯାଞ୍ଚ କରିବା ସହ ଦୋଷୀକୁ ଖୋଜିବ। ଗତକାଲି ଦୁଇଟି ଚାଷୀ ସଂଗଠନ ଚାଷୀ ଆନ୍ଦୋଳନରୁ ନିଜକୁ ଅଲଗା କରିସାରିଥିବା ବେଳେ ଏବେ ଏହି ଆନ୍ଦୋଳନ କେଉଁ ମୋଡ଼ ନେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଚାଷୀମାନେ ଆନ୍ଦୋଳନରୁ ଓହରିବେ ନା ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ସେ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର