ପାକିସ୍ତାନ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଇମ୍ରାନ୍‌ ଖାଁଙ୍କ ନିର୍ଦେଶ

ଇସ୍‌ଲାମାବାଦ୍‌: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ କେତେକ ଦୁର୍ବୃତ୍ତ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିବା ସହ ପୋଥିପୁରାଣ ଓ ପ୍ରତିମା ପୋଡ଼ିଥିବା ଘଟନାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସେମାନଙ୍କ ବିରୋଧରେ ତୁରନ୍ତ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି।

ଖଇରପୁର ଜିଲ୍ଲା ଅନ୍ତର୍ଗତ କୁମ୍ବ ସହରରେ ଗତ ସପ୍ତାହରେ ଏ ଭଳି କାଣ୍ଡ ଘଟିଛି। ଭଙ୍ଗାରୁଜା ପରେ ଅଜ୍ଞାତ ଦୁର୍ବୃତ୍ତମାନେ ସେଠାରୁ ଖସି ପଳାଇଥିଲେ।

ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଦେଶିକ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଖାଁ ମଙ୍ଗଳବାର ରାତିରେ ଟୁଇଟର୍‌ରେ କହିଛନ୍ତି।

ସେ ଲେଖିଛନ୍ତି: ଦୁର୍ବୃତ୍ତମାନଙ୍କ ବିରୋଧରେ ସିନ୍ଧ ସରକାର ତୁରନ୍ତ ଓ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏହା କୋରାନ୍‌ ବାଣୀର ବିରୁଦ୍ଧାଚରଣ କରୁଛି।

ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରିବା ନିମନ୍ତେ ହିନ୍ଦୁ ସଂପ୍ରଦାୟମାନେ ଥାନାରେ ପହଞ୍ଚିଛନ୍ତି। ଚାରିପଟେ ଘର ସବୁ ଥିବାରୁ ମନ୍ଦିର ନିରାପଦ ବିଚାରି ସେଠାରେ କୌଣସି ତତ୍ତ୍ୱାବଧାରକଙ୍କୁ ରଖାଯାଇ ନ ଥିଲା।

ସମ୍ବନ୍ଧିତ ଖବର