ଆମେରିକା: ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା, ଭଗବାନଙ୍କ ମୂର୍ତ୍ତିକୁ ବିବର୍ଣ୍ଣ କଲେ ଦୁର୍ବୃତ୍ତ

ଓ୍ଵାସିଂଟନ: ଆମେରିକାରେ ଏକ ହିନ୍ଦୁ ମନ୍ଦିରକୁ ପ୍ରବେଶ କରି ଦୁର୍ବୃତ୍ତମାନେ ଭଗବାନଙ୍କ ମୂର୍ତ୍ତିଗୁଡ଼ିକୁ ବିବର୍ଣ୍ଣ କରିଥିବା ଜାତୀୟ ଗଣାମଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ମୂର୍ତ୍ତି ଗୁଡ଼ିକ ଉପରେ କଳା ରଂଗ ଲଗାଇ ଥିବା ବେଳେ ମନ୍ଦିର ପରିସରରେ ଥିବା ଏକ ଆସ୍ଥା ଓ ବିଶ୍ୱାସର ଚୌକିକୁ ବାରମ୍ବାର ଛୁରୀ ଭୁସିଛନ୍ତି।

ଲୁଇସଭିଲେ ସହରସ୍ଥିତ ସ୍ୱାମୀନାରାୟଣ ମନ୍ଦିରରେ ରବିବାର-ମଙ୍ଗଳବାର ମଧ୍ୟରେ ଏହି ଘଟଣା ଘଟିଛି ବୋଲି ପୁଲିସ କହିଛି। ପୁଲିସ କହିଛି ଘଟଣା ସହିତ ସଂପୃକ୍ତ ଏଯାଏଁ କୌଣସି ବ୍ୟକ୍ତିକୁ ସନ୍ଦେହ କରାଯାଇ ପାରି ନାହିଁ। ମାମଲାର ତଦନ୍ତ ଜାରି ରହିଛି। ମନ୍ଦିରର ପୂଜାରୀ ଏବଂ ଅନ୍ୟ କର୍ମଚାରୀଙ୍କ କହିବା ଅନୁସାରେ ଘଟଣାର କୌଣସି ଭିଡିଓ ପ୍ରମାଣପତ୍ର ଉପଲବ୍ଧ ନାହିଁ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭଙ୍ଗାରୁଜା ସହିତ ଭଗବାନଙ୍କ ମୂର୍ତ୍ତିରେ କଳାରଙ୍ଗ ବୋଲି ଦିଆଯାଇଛି। ଝରକା ଭାଙ୍ଗି ଦିଆଯିବା ସହିତ କାନ୍ଥରେ ଭୁଲ ବାର୍ତ୍ତା ଉଲ୍ଲେଖ କରାଯାଇଛି। ସେହିପରି ଏକ ଚୌକିକୁ ଛୁରୀ ଭୁସା ଯାଇଥିବା ବେଳେ ଆଲମାରୀରୁ ଜିନିଷପତ୍ର ଚୋରୀ ହୋଇ ଯାଇଛି।

ସମ୍ବନ୍ଧିତ ଖବର