ନୂଆଦିଲ୍ଲୀ : ଅଭିନେତା କମଲ ହାସନଙ୍କ ‘ହିନ୍ଦୁ ଆତଙ୍କବାଦୀ’ ମନ୍ତବ୍ୟ ନେଇ ଦେଶବ୍ୟାପୀ ହିନ୍ଦୁ ସଂଗଠନଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦେଶବାସୀଙ୍କୁ ଧାର୍ମିକ ଆଘାତ ପହଞ୍ଚାଇବାକୁ ସେ ଯୋଜନାବଦ୍ଧ ଭାବେ ଏଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ବାରଣାସୀ ଅଦାଲତରେ ଅପରାଧିକ ମାନହାନି ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ଏହି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ହାସନଙ୍କ ବିରୋଧରେ ଆଇପିସିର ଦଫା ୫୦୦, ୫୧୧, ୨୯୮, ୨୯୫(ଏ) ଏବଂ ୫୦୫ (ସି)ରେ ମାମଲା ରୁଜୁ ହୋଇଛି । ହାସନ ଏକ ତାମିଲ ସାପ୍ତାହିକୀରେ ଲେଖିଥିଲେ ଯେ ‘ ଦକ୍ଷିଣପନ୍ଥୀ ହିନ୍ଦୁମାନେ ଏବେ ହିଂସାରେ ଲିପ୍ତ ଅଛନ୍ତି। ସେମାନଙ୍କ ଶିବିରରେ ଏବେ ଆତଙ୍କବାଦ ପଶିଯାଇଛି।’ ହାସନଙ୍କ ଏଭଳି ମନ୍ତବ୍ୟ ପାଇଁ ବିଜେପି ତାଙ୍କୁ ଆତଙ୍କବାଦୀ ହାଫିଜ ସୟିଦ ସହିତ ତୁଳନା କରିଛି। ଭାରତରେ ଧାର୍ମିକ ବିଭାଜନ ଘଟାଇବାକୁ ପାକ୍ ଆତଙ୍କବାଦୀ ହାଫିଜ ସୟିଦ ଷଡ଼ଯନ୍ତ୍ର କଲାଭଳି କାର୍ଯ୍ୟ ହାସନ କରିଛନ୍ତି ବୋଲି ବିଜେପି ପ୍ରବକ୍ତା ଜିଭିଏଲ୍ ନରସିଂହ ରାଓ କହିଛନ୍ତି। ଅନ୍ୟପକ୍ଷରେ, ହାସନଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଅଭିନେତା ପ୍ରକାଶ ରାଜ। ଧର୍ମ, ସଂପ୍ରଦାୟ ନାମରେ କୌଣସି ବ୍ୟକ୍ତିଙ୍କୁ ଭୟଭୀତ କରିବା ଆତଙ୍କବାଦ ନୁହେଁ ତ ଆଉ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
କମଲ ହାସନଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ, ଶୁଣାଣି ଆଜି
/sambad/media/post_attachments/wp-content/uploads/2017/11/kamal-haasan-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)