ପାକିସ୍ତାନରେ ହିନ୍ଦୁ ଡାକ୍ତର ଗିରଫ; ଉତ୍ତ୍ୟକ୍ତ ଲୋକେ ଦୋକାନରେ ଲଗାଇଲେ ନିଆଁ

ଲାହୋର: ପାକିସ୍ତାନର ଦକ୍ଷିଣ ପ୍ରାନ୍ତର ମିରପୁରଖସରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ଗିରଫ କରାଯାଇଛି | ଇସଲାମ ଧର୍ମକୁ ଅପମାନିତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି | ତାଙ୍କ ନାମରେ ମସଜିଦର ଜଣେ ଇମାମ ମାମଲା ଦାଖଲ କରିଛନ୍ତି | ଅଭିଯୋଗ ହୋଇଥିଲା ଯେ ସେ କୋରାନର ପୃଷ୍ଠାକୁ ଚିରି ସେଥିରେ ମେଡ଼ିସିନ ଗୁଡ଼ାଇ ରୋଗୀଙ୍କୁ ଦେଇଥିଲେ | ଏହି ଡାକ୍ତରଙ୍କର ନାମ ହେଉଛି ରମେଶ କୁମାର | ଏହି ମାମଲାଟି ସାମ୍ନାକୁ ଆସିବା ପରେ ଉତ୍ୟକ୍ତ ଲୋକ ହିନ୍ଦୁମାନଙ୍କର ଦୋକାନରେ ନିଆଁ ଲଗାଇ ଦେଇଛନ୍ତି |

ସ୍ଥାନୀୟ ପୁଲିସ ଅଧିକାରୀଙ୍କର କହିବା ମୁତାବକ ଡାକ୍ତରଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି | ପାକିସ୍ତାନର ସିନ୍ଧ ଅଞ୍ଚଳରେ ବହୁ ସଂଖ୍ୟାରେ ହିନ୍ଦୁ  ବସବାସ କରନ୍ତି | ପୂର୍ବରୁ ପାକିସ୍ତାନର ହିନ୍ଦୁ କାଉନ୍ସିଲ ବହୁତ ଥର ମୁସଲମାନଙ୍କ ଦ୍ୱାରା ହିଂସାର ଶିକାର ହେଉଥିବାର ଅଭିଯୋଗ କରିଆସୁଛନ୍ତି| ରିପୋର୍ଟ ମୁତାବକ ୧୯୮୭ ମସିହାରୁ ୨୦୧୬ ଯାଏଁ ୧୪୭୨ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ସମ୍ବନ୍ଧିତ ଖବର