ମୁମ୍ବାଇ: ମୌଳବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଆର୍ଏସଏସ୍ ମୁଖ୍ୟ ଦେଶର ସମ୍ବେଦନଶୀଳ ମୁସଲିମ ନେତାମାନଙ୍କୁ ଆହ୍ବାନ କରିଛନ୍ତି। ଆକ୍ରମଣକାରୀଙ୍କ ସହିତ ଭାରତକୁ ଇସଲାମ ଆସିଛି। ଏହା ଐତିହାସିକ ସତ୍ୟ। ତେଣୁ ଏଭଳି କହିବାର ଆବଶ୍ୟକତା ଦେଖାଦେଇଛି। ସମ୍ବେଦନଶୀଳ ମୁସଲିମ ନେତାମାନେ ଉଗ୍ରବାଦକୁ ନିଶ୍ଚିତ ଭାବେ ବିରୋଧ କରିବା ଆବଶ୍ୟକ। ଏହା ବିରୋଧରେ ସେମାନେ ମତ ରଖିବା ଉଚିତ। ଏଥିପାଇଁ ଦୀର୍ଘ ଉଦ୍ୟମ ଏବଂ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଲମ୍ବା ଏବଂ କଠୋର ପରୀକ୍ଷା। କିନ୍ତୁ ଯେତେଶୀଘ୍ର ଏହି ଉଦ୍ୟମ ଆରମ୍ଭ ହେବ, ସମାଜକୁ ସେତେ କମ୍ କ୍ଷତି ପହଞ୍ଚିବ ବୋଲି ଭାଗବତ ମତ ଦେଇଛନ୍ତି।
ଭାଗବତ ଆହୁରି କହିଛନ୍ତି, ହିନ୍ଦୁ ଏବଂ ମୁସଲିମଙ୍କ ବଂଶ ଗୋଟିଏ। ଆମ ମତରେ ହିନ୍ଦୁ ଅର୍ଥ ମାତୃଭୂମି ଏବଂ ପୂରାତନ କାଳରୁ ଆମେ ଆହରଣ କରିଥିବା ସଂସ୍କୃତିକୁ ବୁଝାଇଥାଏ। ଭାଷା, ଗୋଷ୍ଠୀ ବା ଧର୍ମ ଯାହା ହୋଇଥାଉ ନା କାହିଁକି ସବୁ ଭାରତୀୟଙ୍କୁ ହିନ୍ଦୁ ଭାବେ ବିବେଚନା କରାଯାଇଥାଏ। ତେବେ ଅନ୍ୟ କୌଣସି ବିଶ୍ବାସକୁ ଏଠାରେ ଅସମ୍ମାନ କରାଯିବ ନାହିଁ। କିନ୍ତୁ ଏଥିପାଇଁ ଆମକୁ ମୁସଲିମ ଆଧିପତ୍ୟ ନୁହେଁ ବରଂ ଭାରତ ଆଧିପତ୍ୟ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ। ଦେଶକୁ ଆଗକୁ ବଢ଼ିବା ପାଇଁ ହେଲେ ଆମକୁ ମିଳିମିଶି କାମ କରିବାକୁ ହେବ ବୋଲି ସେ କହିଛନ୍ତି। ପୁନେଭିତ୍ତିକ ସଂଗଠନ ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପଲିସି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ମତ ରଖିଛନ୍ତି। କାର୍ଯ୍ୟକ୍ରମରେ ଅଧିକାଂଶ କାଶ୍ମୀର ଛାତ୍ର, ଅବସରପ୍ରାପ୍ତ ସେନା ଅଧିକାରୀ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/mohan-bhagwat1.jpg)