ଇସଲାମାବାଦ: ହିନ୍ଦୁସ୍ତାନକୁ ପାକିସ୍ତାନ କରିଦେବୁ। ପାକିସ୍ତାନୀ ବରେଲଭି କଟ୍ଟରପନ୍ଥୀ ମୁଲ୍ଲା ଅସୀଫ ଅଶରଫ ଜଲାଲୀଙ୍କ ପୁଅ ଚୌଧୁରୀ ସୁଫିଆନ ସୋଫି ଖାନକାହ ଆସୋସିଏସନର ଜାତୀୟ ସଭାପତି ସୁଫି ମହମ୍ମଦ କୌସର ମାଜିଦିଙ୍କୁ ଏଭଳି ଧମକ ଦେଇଛନ୍ତି। ସେ କାନପୁରକୁ ପାକିସ୍ତାନ କରିବାକୁ ଧମକ ମଧ୍ୟ ଦେଇଥିବା ସାମ୍ନାକୁ ଆସିଛି। ଏଥି ସହ ମୁଲ୍ଲା ଜଲାଲୀ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଜାରି କରି ଆସୋସିଏସନକୁ ଧମକ ଦେବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି।
ସୁଫି ଖାନକା ଆସୋସିଏସନର ସଭାପତି ସୁଫି ମାଜିଦି ଦାବି କରିଛନ୍ତି ଯେ ଅଶରଫ ତାଙ୍କ ଚ୍ୟାନେଲରେ ଭାରତର ପ୍ରଧାନମନ୍ତ୍ରୀଙ୍କ ନାଁ ନେବା ସହ ଅସ୍ଥିରତା ସୃଷ୍ଟି କରି ଭାରତକୁ ପାକିସ୍ତାନରେ ପରିଣତ କରିବା ବିଷୟରେ କହିଛି। ସୁଫି ମାଜିଦି କହିଛନ୍ତି ଯେ, ଅଶରଫଙ୍କ ସମର୍ଥକ ଭାରତରେ ଲୁଚି ରହି ହିଂସା କରୁଛନ୍ତି।
ଆସୋସିଏସନର ସଭାପତି ସୁଫି ମାଜିଦି ଶନିବାର ରାତିରେ ତାଙ୍କ ପାଖକୁ ପାକିସ୍ତାନରୁ ଏକ କଲ ଆସିଥିବା ଦାବି କରି ଏକ ଅଡିଓ ଜାରି କରିଛନ୍ତି। ସୁଫି ମାଜିଦି ଦାବି କରିଛନ୍ତି ଯେ, କଲ୍ କରିଥିବା ବ୍ୟକ୍ତି ଅଶାଳୀନ ଭାଷା ବ୍ୟବହାର କରି ତାଙ୍କ ପାଖରେ ମୋର ସମସ୍ତ ଭିଡିଓ ଥିବା କହିଥିଲା। ସେ ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଧମକ ଦେଇଥିଲା। ଏହା ସହ ସେ କାନପୁରରେ ହିଂସା ଘଟାଇଥିବା କଥା ମଧ୍ୟ ସ୍ବୀକାର କରିଥିଲା। ମୁଁ ତାକୁ ଆତଙ୍କବାଦୀ ବୋଲି କହି ଗାଳି ଦେଇଥିଲେ ବି ସେ ଭାରତକୁ ପାକିସ୍ତାନରେ ପରିଣତ କରିବ ବୋଲି କହି ଚାଲିଥିଲା। ଏହା ସହ ଏକ ନ୍ୟୁଜ୍ ଚ୍ୟାନେଲର ନାମ ନେଇ ତା’ ଉପରେ ଆକ୍ରମଣ କରିଥିବା ନେଇ ମଧ୍ୟ ସେ ଦାବି କରିଥିଲା। ଫୋନ କରିଥିବା ଯୁବକ ପାକିସ୍ତାନୀ ବରେଲଭି କଟ୍ଟରପନ୍ଥୀ ମୁଲ୍ଲା ଅସୀଫ ଅଶରଫ ଜଲାଲୀଙ୍କ ପୁଅ ଚୌଧୁରୀ ସୁଫିଆନ ବୋଲି ମୁଁ ଜାଣି ପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-24.jpg)