ନୂଆଦିଲ୍ଲୀ: ଲୋକସଭା ଏଥିକ୍ସ କମିଟି କହିଛି ଯେ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ସତ୍ୟପାଠ ମିଳିଛି। ନିଜର ସତ୍ୟପାଠରେ ଦର୍ଶନ ହିରାନନ୍ଦାନୀ ସ୍ୱୀକାର କରିଛନ୍ତି ଯେ ସେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଦେଇଥିଲେ। ଏହା ସହିତ ସେ କହିଛନ୍ତି ଯେ ମହୁଆ ନିଜର ଲୋକସଭା ଲଗ-ଇନ ପାସଓ୍ବାର୍ଡ ତାଙ୍କୁ ପ୍ରଦାନ କରିଥିଲେ ।

Advertisment

ଏନଡିଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଥିକ୍ସ କମିଟି ମୁଖ୍ୟ ବିନୋଦ ସୋନକର କହିଛନ୍ତି, ଆମେ ଦର୍ଶନ ହିରାନନ୍ଦାନୀଙ୍କ ସତ୍ୟପାଠ ପାଇଛୁ। ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। କମିଟି ଅକ୍ଟୋବର ୨୬ରେ ନିଶିକାନ୍ତ ଦୁବେଙ୍କ ଅଭିଯୋଗର ଶୁଣାଣି କରିବ। ଆବଶ୍ୟକ ପଡ଼ିଲେ ମହୁଆ ମୈତ୍ରଙ୍କୁ ମଧ୍ୟ ଡକାଯିବ।

ସୋନକର କହିଛନ୍ତି, ସାଂସଦ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହି ଅଭିଯୋଗ ସମ୍ପର୍କରେ ନିଶିକାନ୍ତ ଦୁବେ ଓ ଓକିଲ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଚିଠିକୁ ନୈତିକତା କମିଟିକୁ ପଠାଇଛନ୍ତି। ଅକ୍ଟୋବର ୨୬ରେ ସମସ୍ତ ପ୍ରମାଣ ସହ ଉପସ୍ଥିତ ରହିବାକୁ ଏଥିକ୍ସ କମିଟି ଉଭୟଙ୍କୁ କହିଛି। ଏଥିସହ ନିଶିକାନ୍ତ ଦୁବେଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଆବଶ୍ୟକ ହେଲେ ମହୁଆଙ୍କୁ ବି ଡକାଯିବ ବୋଲି ସେ କହିଛନ୍ତି ।