୨୦୧୯ ଗଣତନ୍ତ୍ର ଦିବସରେ, କଙ୍ଗନା-ହ୍ରିତିକ୍‌ ଟକ୍କର

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଏବଂ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ବହୁ ବାଦବିବାଦ ପରେ ଏବେ ବକ୍ସ ଅଫିସ୍‌ରେ ମୁହାଁମୁହିଁ ଲଢ଼େଇ ହେବ। ଉଭୟଙ୍କ ଫିଲ୍ମ ଆସନ୍ତା ବର୍ଷ ଜାନୁଆରି ୨୬ ତାରିଖରେ ମୁକ୍ତିଲାଭ କରିବ। କଙ୍ଗନାଙ୍କ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ‘ମଣିକର୍ଣ୍ଣିକା: ଦି କୁଇନ୍‌ ଅଫ୍‌ ଝାନ୍‌ସୀ’ ଏବଂ ହ୍ରିତିକ୍‌ଙ୍କ ‘ସୁପର-୩୦’ ଏକସମୟରେ ମୁକ୍ତି ଲାଭ କରୁଥିବାରୁ ବକ୍ସ ଅଫିସ୍‌ରେ ଜୋରଦାର ଟକ୍କର ହେବ। ମଣିକର୍ଣ୍ଣିକା ପ୍ରଥମେ ଚଳିତ ଏପ୍ରିଲ୍‌ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଆଜି ଫିଲ୍ମ ନିର୍ମାତ କମଲ୍‌ ଜୈନ ଟ୍ଵିଟ୍‌ ମାଧ୍ୟମରେ ଜଣାଇଛନ୍ତି ଯେ ସାଧାରଣତନ୍ତ୍ର ସପ୍ତାହାନ୍ତରେ ଫିଲ ମୁକ୍ତିଲାଭ ହେବ। ଏହି ଫିଲ୍ମରେ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ‘କୁଇନ୍‌୍‌’ ଷ୍ଟାରଙ୍କୁ ଦେଖିବାକୁ ମିଳିବ। ହ୍ରିତିକ୍‌ଙ୍କ ‘ସୁପର-୩୦’ ପାଟ୍‌ନାର ଜଣେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ, ଯିଏ ୩୦ ଆଇଆଇଟି ଆଶାୟୀ ପ୍ରାର୍ଥୀଙ୍କୁ ପ୍ରତିବର୍ଷ ତାଲିମ୍‌ ଦେଇଥାନ୍ତି।

ସମ୍ବନ୍ଧିତ ଖବର