ଚଣ୍ଡୀଗଡ଼: ପ୍ରଥମେ ବ୍ୟବସାୟୀଙ୍କୁ ଲୁଟିଲେ ଓ ଏହା ପରେ ଜିଅନ୍ତା ଜାଳିଦେଲେ ଲୁଟେରା | ହରିୟାଣାର ହିସାରରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି | ଯେଉଁଠାରେ ଲୁଟେରାମାନେ ଜଣେ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏବଂ କାର ସହିତ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ | ମଙ୍ଗଳବାର ବିଳମ୍ବିତ ରାତିରେ ଜିଲ୍ଲାର ହାନସି ସହରରେ ଏହି ଘଟଣା ଘଟିଛି। କୁହାଯାଉଛି ଯେ ବିପଦ ଥିବାର ଜାଣିବା ପରେ ବ୍ୟବସାୟୀ ଫୋନରେ ତାଙ୍କ ପରିବାରକୁ କହିଥିଲେ ଯେ କାର ପଛରେ କିଛି ଲୋକ ତାଙ୍କୁ ପିଛା କରୁଛନ୍ତି। କିନ୍ତୁ ପରିବାର ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବ୍ୟବସାୟୀଙ୍କୁ ହତ୍ୟା କରି ଜାଳିଦିଆଯାଇଥିଲା |
ପୁଲିସର ସୂଚନାନୁସାରେ, ଘଟଣା ପୂର୍ବରୁ ବ୍ୟବସାୟୀ ରାମମେହର ତାଙ୍କ ପୁତୁରାଙ୍କ ସହ କଥା ହୋଇଥିଲେ ଏବଂ କହିଥିଲେ ଯେ କିଛି ଲୋକ ତାଙ୍କୁ ଅନୁସରଣ କରୁଛନ୍ତି। ରାମମେହର ମଙ୍ଗଳବାର ଦିନ ହିସାରରେ ଥିବା ଆକ୍ସିସ ବ୍ୟାଙ୍କରୁ ୧୧ ଲକ୍ଷ ଟଙ୍କା ଉଠାଇ ବିଳମ୍ବିତ ରାତିରେ ନିଜ ଗାଁକୁ କାର ଯୋଗେ ଫେରୁଥିଲେ | ଆଉ ଏହି ସମୟରେ ଦୁଇଜଣ ଲୁଟେରା ବାଇକରେ ତାଙ୍କୁ ପିଛା କରିଥିଲେ ।
ଦୁଇଜଣ ବାଇକ୍ ଆରୋହୀ ହନସୀଠାରେ କାରକୁ ଘେରିଯାଇ ଟଙ୍କାକୁ ଲୁଟ୍ କରିବା ପରେ କାରରେ ନିଆଁ ଲଗାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ କହିଛି ଯେ ଅଜ୍ଞାତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ଓ ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/5cc127b4-b2ae-45d4-bcb3-ca29d6078b40.jpg)