ହରିୟାଣା ହିସାରରେ ଥାଇଲାଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ, ହୋଟେଲ ମ୍ୟାନେଜରଙ୍କ ନାମରେ ଅଭିଯୋଗ

ଚଣ୍ଡୀଗଡ଼: ହରିୟାଣାର ହିସାରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ହୋଟେଲର ମ୍ୟାନେଜର ତାଙ୍କ ସାଥୀ ସହିତ ଜଣେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମହିଳା ଜଣକ ଥାଇଲ୍ୟାଣ୍ଡର ହୋଇଥିବାବେଳେ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିଛନ୍ତି | ହିସାରର ପୁଲିସ ଅଧିକାରୀ ମନମୋହନ ସିଂ କହିଛନ୍ତି, ‘ଏହି ମାମଲାରେ ଆମେ ମୁଖ୍ୟ ଅଭିଯୁକ୍ତ ଗୁଲଶନକୁ ଗିରଫ କରିଛୁ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାବେଳେ ଏବଂ ଆମେ ତାଙ୍କୁ ଶୀଘ୍ର ଗିରଫ କରିବୁ।

ଆଇପିସିର ଧାରା ୩୪୨ ଏବଂ ୩୭୬ରେ ଏକ ମାମଲା ରୁଜୁ ହୋଇଛି। ୪୧ ବର୍ଷୀୟ ପୀଡିତା ଅଗଷ୍ଟ ୬ ରେ ହିସାରକୁ ଆସି ଏକ ହୋଟେଲରେ ରହିଥିଲେ। ଅଗଷ୍ଟ ୮ ତାରିଖ ସକାଳ ୪ ଟାରେ ୨୫ ବର୍ଷୀୟ ଅଭିଯୁକ୍ତ ଗୁଲଶନ ଓ ତାଙ୍କ ଅଭିଯୁକ୍ତ ସାଥୀମାନେ ମହିଳାଙ୍କ କୋଠରୀକୁ ଜବରଦସ୍ତ ପଶି ଦୁଷ୍କର୍ମ କରିଥିଲେ |

ଅନୁସନ୍ଧାନରୁ ଜଣାପଡିଛି ଯେ ପୀଡିତା ମାର୍ଚ୍ଚରେ ତାଙ୍କ ସାଙ୍ଗଙ୍କ ସହ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ। ତେବେ ଅନ୍ତର୍ଜାତୀୟ ବିମାନ ସେବା ବ୍ୟାଘାତ ଯୋଗୁଁ ପୀଡିତା ଥାଇଲାଣ୍ଡକୁ ଫେରିପାରିନଥିଲେ। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ପୁଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା | ​​ଯେଉଁଠାରୁ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର