ଭାରତୀୟ ନୌସେନାର ଐତିହାସିକ ସଫଳତା: ଆଇଏନ୍‌ଏସ୍‌ ବିକ୍ରାନ୍ତରେ ମିଗ୍ ୨୯କେର ପ୍ରଥମ ରାତ୍ରିକାଳୀନ ଅବତରଣ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବୁଧବାର ମିଳିଛି ଏକ ଐତିହାସିକ ସଫଳତା। ଏହାର ବିମାନବାହୀ ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଏକ ମିଗ୍ ୨୯କେ ଲଢ଼ୁଆ ବିମାନ ପ୍ରଥମଥର ପାଇଁ ରାତ୍ରିକାଳରେ ଅବତରଣ କରିବାରେ ସଫଳ ହୋଇଛି। ଏହାଦ୍ବାରା ନୌସେନା ଆତ୍ମନିର୍ଭରତା ପଥରେ ଏକପାଦ ଆଗକୁ ବଢ଼ିଛି। ବିକ୍ରାନ୍ତ କର୍ମଚାରୀ ଏବଂ ନୌ ପାଇଲଟମାନଙ୍କର ପ୍ରତିବଦ୍ଧତା, କୌଶଳ ଓ ପେସାଦାରିତା ଏହାଦ୍ବାରା ପ୍ରମାଣିତ ହୋଇଛି। ଗୁରୁବାର ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଭାରତୀୟ ନୌସେନା ପକ୍ଷରୁ ଏହା ଘୋଷଣା କରାଯାଇଛି।

ଆଇଏନ୍‌ଏସ୍ ବିକ୍ରାନ୍ତ ହେଉଛି ଏକ ଭାସମାନ ନଗରୀ ପରି। ଏହା ଯେତିକି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରୁଛି ସେଥିରେ ୫୦୦୦ ଘରକୁ ବିଜୁଳି ଯୋଗାଯାଇ ପାରିବ। ଭାରତୀୟ ନେଭିର ଇନ୍‌-ହାଉସ୍ ୱାରସିପ ଡିଜାଇନ ବ୍ୟୁରୋ (ଡବ୍ଲୁଡିବି) ଦ୍ବାରା ଏହାର ଡିଜାଇନ କରାଯାଇଛି ଏବଂ କୋଚିନ ସିପୟାର୍ଡ ଲିମିଟେଡ୍ ଦ୍ବାରା ଏହାକୁ ନିର୍ମାଣ କରାଯାଇଛି। ଭାରତୀୟ ମେରିଟାଇମ୍ ଇତିହାସରେ ଏହା ହେଉଛି ସର୍ବବୃହତ୍ ଜାହାଜ।

ସମ୍ବନ୍ଧିତ ଖବର