ଜମ୍ମୁର ଐତିହାସିକ ‘ସିଟି ଚୌକ୍‌’ର ନାଁ ବଦଳି ହେଲା ‘ଭାରତ ମାତା ଚୌକ୍‌’

ଜମ୍ମୁ: ପୁରୁଣା ଜମ୍ମୁର ବ୍ୟାବସାୟିକ ପେଣ୍ଠ ଐତିହାସିକ ‘ସିଟି ଚୌକ୍‌’କୁ ‘ଭାରତ ମାତା ଚୌକ୍‌’ ଭାବେ ପୁନଃନାମିତ କରାଯାଇଛି। ବିଜେପି ନେତୃତ୍ୱାଧୀନ ଜମ୍ମୁ ପୌର ନିଗମର ସାଧାରଣ ଗୃହ ଦ୍ୱାରା ଆଗତ ପ୍ରସ୍ତାବନା ଆଧାରରେ ଏହି ଛକର ନାମ ପରିବର୍ତ୍ତନ କରାଯାଇଛି ବୋଲି ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଛକର ପୁନଃ ନାମକରଣ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିନ୍ତୁ, ଅଧିକାଂଶ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।
ବରିଷ୍ଠ ବିଜେପି ନେତ୍ରୀ ତଥା ଜମ୍ମୁ ପୌର ନିଗମର ଡେପୁଟି ମେୟର୍‌ ପୂର୍ଣ୍ଣିମା ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ସର୍ବସାଧାରଣଙ୍କ ଦାବିକ୍ରମେ ମୁଁ ପ୍ରାୟ ୪ ମାସ ତଳେ ସାଧାରଣ ଗୃହରେ ‘ସିଟି ଚୌକ୍‌’ର ନାମ ପରିବର୍ତ୍ତନ କରି ‘ଭାରତ ମାତା ଚୌକ’ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲି।

Image Source: Times Now

ଏହି ସ୍ଥାନଟି ଐତିହାସିକ। ଅତୀତରେ ଏଠାରେ ଅନେକ ପ୍ରତିବାଦ ପ୍ରଦର୍ଶନ ହୋଇଛି ଓ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି। ପ୍ରତିବର୍ଷ ସ୍ୱାଧୀନତା ଓ ସାଧାରଣତନ୍ତ୍ର ଦିବସରେ ଏହି ଛକରେ ଜାତୀୟ ପତାକା ଉତ୍ତୋଳନ କରାଯାଏ। ତେଣୁ ଏହାର ନାଁ ‘ଭାରତ ମାତା ଚୌକ୍‌’ ରଖାଯାଉ ବୋଲି ସାଧାରଣରେ ଦାବି ହୋଇ ଆସୁଥିଲା।

ସମ୍ବନ୍ଧିତ ଖବର