ଅଯୋଧ୍ୟା: ବରିଷ୍ଠ ବିଜେପି ନେତା ଏଲ୍କେ ଆଡଭାନୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ୯୨ ବର୍ଷୀୟ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ। ୧୯୯୦ରେ ସୋମନାଥରୁ ଅଯୋଧ୍ୟାକୁ ହୋଇଥିବା ରଥଯାତ୍ରାରେ ସେ ଗୁରୁ ଦାୟିତ୍ବ ନିର୍ବାହ କରିଥିଲେ।
ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ଆଡଭାନୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ନଥିଲେ ମଧ୍ୟ ସେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଡଭାନୀ କହିଛନ୍ତି, ଏହା ଅତ୍ୟନ୍ତ ଐତିହାସିକ ଏବଂ ଭାବପ୍ରବଣତାର ଦିନ। କେବଳ ମୋ ପାଇଁ ନୁହେଁ ସମସ୍ତ ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ । ଆଜିର ଉତ୍ସବ ସହ ତାଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି। ବହୁ ପ୍ରତୀକ୍ଷାର ଫଳ ଖୁବ୍ ମୂଲ୍ୟବାନ୍ ହୋଇଛି ବୋଲି ଆଡଭାନୀ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/advani.jpg)