ନେପିଦା: ମ୍ୟାମାର ପାଇଁ ୨୦୨୫ ଅଶୁଭ । କାରଣ ବର୍ଷ ଆରମ୍ଭର ମାସ ୩ଟାରେ ହିଁ ଦେଶକୁ ମାଡି ଆସିଛି ବିପଦ । ଭୂକମ୍ପର ଝଟକାରେ ଦୋହଲିଯାଇଛି ମ୍ୟାମାର । ଗୋଟେ ପଟେ ଗୃହଯୁଦ୍ଧ ପାଇଁ ଉତ୍କଟ ଖାଦ୍ୟ ସଙ୍କଟ ଚାଲିଥିବା ବେଳେ ଏବେ ଭୂକମ୍ପ ପୁଣି ଦେଶର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ।
ମ୍ୟାମାରରେ ଭୂମିକମ୍ପ କିଛି ନୂଆ କଥା ନୁହେଁ । ଦେଶ ଅନେକ ଥର ଛୋଟବଡ ଭୂମିକମ୍ପ ଝଟକାରେ ଦୋହଲିଛି । ମ୍ୟାମାର ଏକ ଭୂକମ୍ପ ପ୍ରବଣ ଦେଶ । ସଗାଇଙ୍ଗ ଦେଶର ସବୁଠୁ ବଡ ଭୂକମ୍ପ ଜୋନ ଭାବେ ଜଣାଶୁଣା ଥିବା ବେଳେ ଶୁକ୍ରବାର ଏବଂ ଶନିବାର ଲଗାତାର ୩ଟି ଭୂକମ୍ପରେ ଥରିଛି ମ୍ୟାମାର ଆଉ ଚାଲିଯାଇଛି ୧୬୦୦ରୁ ଅଧିକ ଜୀବନ । ଆହତ ହୋଇଛନ୍ତି ୩୫୦୦ ଅଧିକ ଲୋକ ଏବଂ ନିଖୋଜ ହୋଇଛନ୍ତି ହଜାର ହଜାର ଲୋକ । ତେବେ ଭୂମିକମ୍ପ ମ୍ୟାମାରର ପିଛା ଛାଡୁନଥିବା ବେଳେ ଆଗରୁ ବି ଅନେକ ଭୂକମ୍ପ ହୋଇଛି ଯେଉଁଥିରେ ଦୋହଲି ଯାଇଛି ଦେଶ । ଜାଣନ୍ତୁ...
ମ୍ୟାମାରର ଭୂକମ୍ପ ଇତିହାସ
-୨୦୧୬ ଜାନୁଆରୀ ୪ରେ ମ୍ୟାମାରରେ ୬.୭ ତୀବ୍ରତାର ଭୟଙ୍କର ଭୂକମ୍ପରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ ଆହତ ହୋଇଥିଲେ
-୨୦୧୨ ନଭେମ୍ବର ୧୧ରେ ସାଗଇଙ୍ଗ ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ
-୨୦୨୧ ମାର୍ଚ୍ଚ ୧୪ରେ ୬.୯ ତୀବ୍ରତାର ଭୂକମ୍ପରେ ୧୫୧ ଜଣଙ୍କ ମୃତ୍ୟୁ
-୨୦୧୧ରେ ମାର୍ଚ୍ଚ ୧୦ରେ ୫.୪ ତୀବ୍ରତାର ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ ଓ ୩୧୩ ଆହତ
-୨୦୦୩ ସେପ୍ଟେମ୍ବର ୨୧ରେ ୬.୬ ତୀବ୍ରତା ଭୂକମ୍ପରେ ୧୦ ଜଣ ମୃତ ଓ ୪୩ ଆହତ
-୧୯୯୭ର ନଭେମ୍ବର ୧୧ରେ ଭୂକମ୍ପରେ ୨୩ ମୃତ ଓ ଶତାଧିକ ଆହତ ହୋଇଥିଲେ