ଢାକା: ବାଂଲାଦେଶର ଢାକାରେ ଥିବା ବାପାଙ୍କ ଘରକୁ ପ୍ରତିବାଦକାରୀମାନେ ଜାଳି ଦେବା ପରେ ଭାବପ୍ରବଣ ହୋଇ ପଡ଼ଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।
ଢାକାରେ ତାଙ୍କ ପିତା ଶେଖ୍ ମୁଜିବୁର ରହମାନଙ୍କ ବାସଭବନରେ ଶହ ଶହ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ "ଏକ ନିର୍ମାଣକୁ ଲିଭାଇ ଦିଆଯାଇପାରିବ, କିନ୍ତୁ ଇତିହାସକୁ ଲିଭାଇ ଦିଆଯାଇପାରିବ ନାହିଁ"।
ହସିନା ୨୦୨୪ ମସିହା ଅଗଷ୍ଟ ମାସରେ ତାଙ୍କ ଆୱାମୀ ଲିଗର ୧୬ ବର୍ଷର ଶାସନକୁ ପତନ କରି ଛାତ୍ର ନେତୃତ୍ୱାଧୀନ ଏକ ବିଶାଳ ପ୍ରତିବାଦ ପରେ ବାଂଲାଦେଶ ଛାଡି ଆସି ଭାରତରେ ରହୁଛନ୍ତି।
ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ଐତିହାସିକ ଗୁରୁତ୍ୱ ବହନ କରୁଥିବା ୩୨ ଧାନମୋଣ୍ଡି ବାସଭବନ ଉପରେ ଆକ୍ରମଣ ପଛରେ କ’ଣ ଉଦ୍ଦେଶ୍ୟ ଥିଲା ବୋଲି ପଦଚ୍ୟୁତ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି।
ସେ ଭାବପ୍ରବଣ ଭାବରେ ଆହୁରି ବି କହିଛନ୍ତି, "ଘରକୁ କାହିଁକି ଭୟ? ମୁଁ ବାଂଲାଦେଶର ଲୋକଙ୍କଠାରୁ ନ୍ୟାୟ ଚାହୁଁଛି। ମୁଁ କ'ଣ ମୋ ଦେଶ ପାଇଁ କିଛି କରିନାହିଁ? ତେବେ ଏତେ ଅସମ୍ମାନ କାହିଁକି? ମୋ ଭଉଣୀ ଏବଂ ମୁଁ ଉଭୟ ଯେଉଁ ସ୍ମୃତିକୁ ଧରି ରହିଛୁ ତାହା ପୋଛି ଦିଆଯାଉଛି। ଏକ ନିର୍ମାଣକୁ ପୋଛି ଦିଆଯାଇପାରିବ, କିନ୍ତୁ ଇତିହାସକୁ ପୋଛି ଦିଆଯାଇପାରିବ ନାହିଁ,"।
"ସେମାନଙ୍କୁ ଏହା ମଧ୍ୟ ମନେ ରଖିବାକୁ ପଡିବ ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ," ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପୁଣି ଅଶାନ୍ତ ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପୈତୃକ ଘର ଜାଳିଦେଲେ ଉପଦ୍ରବକାରୀ । ଏକ ଅନଲାଇନ୍ ଭାଷଣ ଦେଉଥିବା ବେଳେ ଢାକା ସ୍ଥିତ ତାଙ୍କ ପୈତୃକ ବାସଭବନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ହସିନା ରାତି ୯ଟାରେ ଭାଷଣ ଦେବା ମାତ୍ରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା । ହଜାର ହଜାର ଲୋକ ସୋସିଆଲ ମିଡିଆରେ ବୁଲଡୋଜର ଶୋଭାଯାତ୍ରା ଡାକରା ଦେଇ ମୁଜିବୁର ଭବନକୁ ଘେରିଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/06/inWZJ4Eg27PeQnmdXhvz.jpg)