ନୂଆଦିଲ୍ଲୀ: ‘କଶ୍ମୀର ଫାଇଲ’ ଚଳଚ୍ଚିତ୍ରକୁ ଏକ ପ୍ରଚାରଧର୍ମୀ, ଅଶ୍ଳୀଳ ଚଳଚ୍ଚିତ୍ର ବୋଲି କହିଥିବା ଇସ୍ରାଏଲି ଚଳଚ୍ଚିତ୍ର ନିର୍ମାତା ତଥା ଆଇଏଫଏଫଆଇ ଚଳଚ୍ଚିତ୍ର ମହୋତ୍ସବ ଜୁରୀ ମୁଖ୍ୟ ନାଦାଭ ଲାପିଡଙ୍କୁ ସର୍ବସାଧାରଣରେ ସମାଲୋଚନା କରିବାର ଗୋଟିଏ ଦିନ ପରେ ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍ ଅନଲାଇନ୍ରେ ଘୃଣା ବାର୍ତ୍ତା ପାଇଛନ୍ତି।
ଗିଲନ୍ ଶନିବାର ଦିନ ଟ୍ଵିଟରରେ ପାଇଥିବା ଏକ ମେସେଜର ସ୍କ୍ରିନସଟ୍ ସେୟାର କରିଛନ୍ତି। ଟ୍ଵିଟ୍ରେ ଆସିଥିବା ମେସେଜରେ ଲେଖାଥିଲା, ହିଟଲର ଯେତେବେଳେ ତୁମ ପରି ମ୍ଲେଚ୍ଛଙ୍କୁ ଜାଳି ଦେଇଥିଲେ ସେତେବେଳେ ସେ ମହାନ ଥିଲେ। .... ହିଟଲର ଜଣେ ମହାନ ବ୍ୟକ୍ତି ଥିଲେ। ଏଥିସହ ଏଥିରେ ଭାରତୀୟଙ୍କୁ ଆକ୍ଷେପ କରି ଏକ ଧାଡ଼ି ମଧ୍ୟ ଲେଖାଥିଲା।
ଏହାକୁ ସାମ୍ନାକୁ ଆଣି ଇସ୍ରାଏଲୀ କୂଟନୀତିଜ୍ଞ ଲେଖିଛନ୍ତି, ମୁଁ ପାଇଥିବା କିଛି ବାର୍ତ୍ତା ମଧ୍ୟରୁ ଗୋଟିଏ ସେୟାର କରିବାକୁ ଚାହୁଁଥିଲି। ବାର୍ତ୍ତା ପ୍ରେରଣକାରୀଙ୍କ ପ୍ରୋଫାଇଲ୍ ଅନୁଯାୟୀ, ସେ ଜଣେ ପିଏଚଡି ଡିଗ୍ରି ହାସଲ କରିଥିବା ବ୍ୟକ୍ତି। ଯଦିଓ ସେ ମୋର ସୁରକ୍ଷା ପାଇବାକୁ ଯୋଗ୍ୟ ନୁହଁନ୍ତି, ମୁଁ ତାଙ୍କ ବ୍ୟକ୍ତିଗତ ପରିଚୟ ସୂଚନା ଡିଲିଟ କରି ଦେବାକୁ ନିଷ୍ପତ୍ତି ନେଇଥିଲି। ବାର୍ତ୍ତା ପୋଷ୍ଟ କରିବାର କିଛି ସମୟ ପରେ ସେ ଭାରତୀୟଙ୍କ ଠାରୁ ବିପୁଳ ସମର୍ଥନ ପାଇଥିଲେ ବୋଲି କହିଛନ୍ତି ଗିଲନ୍। ଅନ୍ୟ ଏକ ଟ୍ଵିିଟରେ ସେ ସମସ୍ତଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଇସ୍ରାଏଲ ଚଳଚ୍ଚିତ୍ର ନିର୍ମାତା ନାଡାଭ ଲାପିଡ ‘ଦି କଶ୍ମୀର ଫାଇଲ୍ସ’କୁ ଏକ ପ୍ରଚାରଧର୍ମୀ, ଅଶ୍ଳୀଳ ଚଳଚ୍ଚିତ୍ର ବୋଲି କହିବାର ପ୍ରତିକ୍ରିୟାରେ ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍ କହିଥିଲେ ଯେ ସେମାନଙ୍କୁ ଗଭୀର ଅଧ୍ୟୟନ କରିବା ପୂର୍ବରୁ ଐତିହାସିକ ଘଟଣାଗୁଡ଼ିକ ବିଷୟରେ କହିବା ଅସମ୍ବେଦନଶୀଳ ଏବଂ ଅହଂକାରୀ ମନୋଭାବର ପରିଚୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/A1.jpg)