ନାଳ ସଫା ନହେବା କାରଣରୁ ରାଗି ଯାଇ ଶିବସେନା ବିଧାୟକ ଠିକାଦାରଙ୍କୁ ଅଳିଆରେ ଗାଧେଇ ଦେଲେ

ଶିବସେନା: ଶିବସେନା ବିଧାୟକ ଦୀଲିପ ଲାଣ୍ଡେଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନାଳ ସଫା ନହେବା କାରଣରୁ ଜଣେ ଠିକାଦାରଙ୍କ ଉପରେ ରାଗି ଯାଇଥିଲେ। ଆଉ ତାଙ୍କ ଉପରେ ଆଳିଆ ଢ଼ାଳି ପକାଇଥିଲେ। ଏହି ଘଟଣା ଗତ ଶନିବାର ଦ୍ବିପହର ସମୟରେ ଚାନ୍ଦିଓ୍ୱଲି ଅଞ୍ଚଳରେ ଘଟିଛି।

ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଥିଲା କି, ନାଳ ସଫା ନହେବା କରାଣରୁ ଅପରିଷ୍କାର ପାଣି ଘର ଭିତର ଦେଇ ଯାଉଛି। ଏହି ଅଭିଯୋଗ ପରେ ବିଧାୟକ ରାଗି ଯାଇ ତାଙ୍କର କର୍ମକର୍ତ୍ତାଙ୍କ ସହିତ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ। ଆଉ ଠିକାଦାରଙ୍କୁ ଡାକି ଅପରିଷ୍କାର ପାଣିରେ ବସାଇବା ସହିତ ଅଳିଆ ତାଙ୍କ ଉପରେ ଅଜାଡ଼ି ଦେଇଥିଲେ।

ଏହି ଘଟଣାକୁ ନେଇ ଦୀଲିପ ଲାଣ୍ଡେ କହିଛନ୍ତି, ଠିକାଦାର ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କରି ନାହାନ୍ତି। ସେଥିପାଇଁ ତାଙ୍କ ସହିତ ଏପରି କରାଯାଇଛି। ଅଳିଆ ଉଠାଇବା ଠିକାଦାରଙ୍କ କାମ ଥିଲା, କିନ୍ତୁ ସେ ଏହି କାମ ନକରିବାରୁ ତାଙ୍କୁ ନିଜେ ନାଳ ସଫା କରିବାକୁ ପଡ଼ିଥିଲା। କାରଣ ଲୋକମାନେ ତାଙ୍କ ଉପରେ ବିଶ୍ବାସ ରଖି ତାଙ୍କୁ ବିଧାୟକ ଭାବେ ବାଛିଛନ୍ତି।

ସମ୍ବନ୍ଧିତ ଖବର