ଜେରୁଜେଲମ୍: ଇସ୍ରାଏଲୀ ଗବେଷକମାନେ ଏଚ୍ଆଇଭିର ଚିକିତ୍ସା ପାଇଁ ଏକ ଟିକା ବାହାର କରିଛନ୍ତି। ଏହି ଇଂଜେକ୍ସନ ମାତ୍ର ଥରେ ନେଲେ ରୋଗ ଭଲ ହୋଇପାରିବ ବୋଲି ସେମାନେ ଦାବି କରିଛନ୍ତି। ଜିନ୍-ଏଡିଟିଂ ମାଧ୍ୟମରେ ବିକଶିତ ଏହି ଟିକା ଚିକିତ୍ସାବିଜ୍ଞାନରେ ଏକ ବୈପ୍ଳବିକ ସଫଳତା ବୋଲି କୁହାଯାଉଛି। ହ୍ୟୁମ୍ୟାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (ଏଚ୍ଆଇଭି) ମଣିଷର ରୋଗନିରୋଧକ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ। ଚିକିତ୍ସା କରା ନ ଗଲେ ଏହା ଆକ୍ବେୟାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍ (ଏଡ୍ସ) ସୃଷ୍ଟି କରିଥାଏ। ଗବେଷକମାନେ ଦାବି କରିଛନ୍ତି ଯେ ଏହି ଇଂଜେକ୍ସନ ଥରେ ନେଲେ ରୋଗୀର ଅବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆସିଥାଏ। ଭୂତାଣୁ ବିରୋଧରେ ଏହା ଆଣ୍ଟିବଡ଼ି ସୃଷ୍ଟି କରେ ଏବଂ ଆଣ୍ଟିବଡ଼ି ଭୂତାଣୁମାନଙ୍କୁ ମାରିଦେଇ ରୋଗୀକୁ ସୁସ୍ଥ କରିବାରେ ସାହାଯ୍ୟ କରେ।
ଏଚ୍ଆଇଭିର ଚିକିତ୍ସା ସମ୍ଭବ: ଟିକା ବିକଶିତ କରିଛନ୍ତି ଇସ୍ରାଏଲ୍ର ଗବେଷକ ଦଳ
/sambad/media/post_attachments/wp-content/uploads/2022/06/hiv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)