ନୂଆଦିଲ୍ଲୀ:ଗତ ଶନିବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପାଟନାରୁ ଦିଲ୍ଲୀ ଯାତ୍ରା କରିଥିବା ଘଟଣା ଚର୍ଚ୍ଚାରେ ରହିଛି।

Advertisment

ଶିବରାଜ ତାଙ୍କର ବିମାନ ଯାତ୍ରା ଅଭିଜ୍ଞତା ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, "ତୁମେ ଆଜି ମୋର ହୃଦୟ ଜିତି ଯାଇଛ।" 

ବିମାନ ଉଡ଼ାଣ ଆରମ୍ଭ କରିବା ସମୟରେ ରୁଡି କହିଥିଲେ, "ଆଜି ପାଟନା ଚାରିପାଖରେ ମେଘ ଜମା ହୋଇଛି ଏବଂ ଗତକାଲିଠାରୁ ନିରନ୍ତର ବର୍ଷା ହେଉଛି। ଆମେ ମେଘ ଏବଂ ହାଲୁକା ବର୍ଷା ମଧ୍ୟରେ ଦିଲ୍ଲୀ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ। ରାସ୍ତାରେ ଆମେ ବାରାଣସୀ ଦେଇ ଯିବୁ। ତା'ପରେ ବାମ ପଟେ ପ୍ରୟାଗରାଜ ଏବଂ ଡାହାଣ ପଟେ ଲକ୍ଷ୍ନୌ ଦୃଶ୍ୟମାନ ହେବ। ଆମେ ଗଙ୍ଗା ଏବଂ ଯମୁନା ନଦୀ ପରିଦର୍ଶନ କରି ଦିଲ୍ଲୀ ଯାତ୍ରା ସମାପ୍ତ କରିବୁ ଏବଂ ଯଦି ଅବତରଣ ସମୟରେ ମେଘ ନ ଥାଏ, ତେବେ ଆମେ ନୋଏଡାର ଉଚ୍ଚ କୋଠାଗୁଡ଼ିକର ଆଲୋକ ମଧ୍ୟ ଦେଖିପାରିବୁ।

ବିମାନରେ ଥିବା ପ୍ରତ୍ୟେକ ଯାତ୍ରୀ ପାଇଲଟ୍‌ଙ୍କ ଏହି ସ୍ୱରକୁ ଧ୍ୟାନର ସହିତ ଶୁଣୁଥିଲେ। ଏହି ଯାତ୍ରୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ବି ଥିଲେ। ସେ ପାଲଟଙ୍କର ସ୍ୱରକୁ ଖୁବ ଜଣାଶୁଣା ବୋଲି ଅନୁଭବ କରୁଥିଲେ। ଯାହାକି ପ୍ରାୟତଃ  ସଂସଦରେ ଶୁଣାଯାଇଥାଏ। 
କେନ୍ଦ୍ରମନ୍ତ୍ରୀ ଯେତେବେଳେ ଜାଣିଲେ ଏହି ସ୍ବର ଅନ୍ୟ କାହାରି ନୁହେଁ ବରଂ ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ସେହି ମୁହୂର୍ତ୍ତକୁ ଏକ "ଚମତ୍କାର ଏବଂ ଅଭୂତପୂର୍ବ ଅନୁଭୂତି" ଭାବରେ ବର୍ଣ୍ଣନା କରିଛନ୍ତି।

ସାଂସଦ ରାଜୀବ ପ୍ରତାପ ରୁଡି ସେହି ରାଜନୈତିକ ନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଜଣେ ଲାଇସେନ୍ସପ୍ରାପ୍ତ ପାଇଲଟ୍ । ରୁଡିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ବିମାନ ଉଡ଼ାଉଥିବାର ଦେଖିବାକୁ ମିଳିଛି।