ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ରେ ଏନ୍କାଉଣ୍ଟର୍: ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲ୍ଗାମ୍ ଜିଲ୍ଲା ଅନ୍ତର୍ଗତ ଖାନ୍ଦିପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହିତ ଗୁଳିବିନିମୟ କରି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ହିଜ୍ବ୍-ଉଲ୍-ମୁଜାହିଦୀନ୍’ର ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ କହିଛି, ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ହିଜ୍ବ୍-ଉଲ୍-ମୁଜାହିଦୀନ୍’ର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ରାତି ପାହାନ୍ତା ପୂର୍ବରୁ ଖାନ୍ଦିପୋରା ଅଞ୍ଚଳରେ ଏନ୍କାଉଣ୍ଟର୍ ସଂଘଠିତ ହୋଇଥିଲା।
ସେହିପରି, ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ବାରମୂଳା ଅଞ୍ଚଳରେ ଭାରତୀୟ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅଭିଯାନରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ‘ଲଶ୍କର୍-ଏ-ତୈବା’ର ୨ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।
ଗିରଫ ଆତଙ୍କବାଦୀମାନଙ୍କଠାରୁ ଉଦ୍ଧାର କରାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ୨ଟି ଚୀନ୍ ନିର୍ମିତ ପିସ୍ତଲ୍, ୧୮ଟି ଅଫୁଟା ଗୁଳି ଏବଂ ୨ ରାଉଣ୍ଡ୍ ମାଗାଜିନ୍। ସେମାନଙ୍କ ନାମରେ ମାମଲା ରୁଜୁ କରିବା ପରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।