ଶ୍ରୀନଗର: ଦକ୍ଷିଶ କଶ୍ମୀରର ସୋଫିଆନ୍‌ଠାରେ ହିଜବୁଲ୍‌ ମୁଜାହିଦ୍ଦିନ ଏକ ପୋଷ୍ଟର ଜାରି କରି ପିଲାମାନଙ୍କୁ ପାଠ ପଢ଼ିବାକୁ ଆର୍ମି ଗୁଡ୍‌ଉଇଲ୍‌ ସ୍କୁଲ୍‌କୁ ନଛାଡ଼ିବା ପାଇଁ ଧମକ ଦେଇଛି। କେବଳ ସେତିକି ନୁହେଁ, ସେଠାକାର ଲୋକମାନଙ୍କୁ ଭୋଟ୍‌ ନଦେବା ପାଇଁ ମଧ୍ୟ ଧମକ ମିଳିଛି। ନିଜ ପିଲାଙ୍କୁ ଆର୍ମି ଗୁଡ୍‌ଉଇଲ୍‌ ସ୍କୁଲ୍‌ ପଠାଇଲେ କ୍ଷତି ସହିବାକୁ ହେବ ବୋଲି ଏହି ଆତଙ୍କବାଦୀ ସଂଗଠନ ଅଭିଭାବକମାନଙ୍କ ଧମକାଇଥିବା ସୂଚନା ରହିଛି।

Advertisment

ସୋମବାର ଫଳାଫଳ ବାହାରିବା ପରେ ଜାଣିବାକୁ ମିଳିଛି ଯେ ଆର୍ମି ଗୁଡ୍‌ଉଇଲ୍‌ ସ୍କୁଲ୍‌ର ସିବିଏସ୍‌ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ୧୦୦ ପ୍ରତିଶତ ପାସ୍‌ ହୋଇଛନ୍ତି।

ଜମ୍ମୁ-କଶ୍ମୀର ଅଞ୍ଚଳରେ ସେନା ୪୩ଟି ଗୁଡ୍‌ଉଇଲ୍‌ ସ୍କୁଲ୍‌ ଚଳାଉଛି। ୧୦୦୦ ଷ୍ଟାଫ୍‌ ମିଶି ପ୍ରାୟତଃ ପନ୍ଦର ହଜାର ଛାତ୍ରଛାତ୍ରୀଙ୍କଚ ଶିକ୍ଷାଦାନ ଦେଉଛନ୍ତି।

ତେବେ, ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନର ଏପରି ଧମକ ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। କେରଓ୍ଵା, ନାଡପୋରା ଏବଂ ସୋଫିଆନ୍‌ର କେତେକ ଗ୍ରାମରେ ଏହି ପୋଷ୍ଟର ଦେଖିବାକୁ ମିଳିଛି।