Image Courtesy of HT
ନୂଆଦିଲ୍ଲୀ: କଶ୍ମୀର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଆଖିରେ ଏସିଡ୍ ଢାଳିବାକୁ ଧମକ ଦେଇଛି ଆତଙ୍କବାଦୀ ସଙ୍ଗଠନ ହିଜ୍ବୁଲ୍ ମୁଜାହିଦୀନ୍।
ସାମାଜିକ ଗଣମାଧ୍ୟମ ଜରିଆରେ ଏକ ଭିଡିଓ କ୍ଲିପ୍ରେ ଏହି ଧମକ ପ୍ରସାରଣ କରାଯାଇଛି।
ଅତୀତ ନିର୍ବାଚନରେ ଭାଗ ନେଇଥିବା କେତେକ ବ୍ୟକ୍ତିଙ୍କୁ ହତ୍ୟା କରିଥିବା କଥା ପ୍ରଥମ ଥର ପାଇଁ ଉକ୍ତ ଆତଙ୍କବାଦୀ ସଙ୍ଗଠନ ସର୍ବସାଧାରଣରେ ସ୍ୱୀକାର କରିଛି। କିନ୍ତୁ ଏଥର ନରହତ୍ୟା କରିବ ନାହିଁ ବୋଲି କହିଛି।
୨୦୧୬ରେ ପେଲେଟ୍ ମାଡ଼ରେ କେତେ ଯୁବକ ଆଖି ହରାଇଲେ ଆପଣମାନେ ତାହା ଦେଖିଛନ୍ତି। ତେଣୁ ଆମେ ଯୋଜନା କରିଛି, ଯିଏ ନିର୍ବାଚନ ଲଢ଼ିବ, ତାକୁ ଘରୁ ଟାଣି ଅଣାଯାଇ ତା ଆଖିରେ ସଲ୍ଫରିକ୍ କିଂବା ହାଇଡ୍ରୋକ୍ଲୋରାଇଡ୍ ଏସିଡ଼ି ଢଳାଯିବ। ଫଳରେ ସେ ଦୃଷ୍ଟିଶକ୍ତି ହରାଇ ନିଜ ଜୀବନ ଏବଂ ପରିବାର ପାଇଁ ବୋଝ ହୋଇ ରହିବ। ଏ କଥା କ୍ଲିପ୍ରେ କୁହା ଯାଇଛି। ଏହା ହିଜ୍ବର ଅପରେସ୍ନାଲ୍ କମାଣ୍ଡର୍ ରିୟାଜ୍ ନାଇକୁଙ୍କର କଣ୍ଠସ୍ୱର ବୋଲି ବିଶ୍ୱାସ କରାଯାଉଛି।
ଅବଶ୍ୟ ଏହି ଭିଡିଓର ସତ୍ୟତା ଯାଞ୍ଚ କରାଯାଇ ନାହିଁ।
Follow Us