ବେଜିଂ: ପୁଣି ଡରାଇଲା ଚୀନ । ମାଡି ଆସୁଛି ଆଉ ଏକ ନୂଆ ଭାଇରସ ! ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ତେବେ ଚୀନରେ ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ଛନକା ପଶିଛି । ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ । ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨ ।
ଚାଇନାର ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି ।
ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ। ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/22/8UVl8jK4hy8OD7hdh6Ph.jpg)