କୋଲକାତା: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତ କାଳରେ ସେ ଭାରତ- ବାଂଲାଦେଶ ସୀମାରେ ଥିବା ସୀମାନ୍ତ ଅଞ୍ଚଳକୁ ଯାତ୍ରା କରିବା ସହିତ ସାଂଗଠନିକ ବୈଠକରେ ଯୋଗ ଦେବା ସହ ଏବଂ ଏକ ଜନସମାବେଶକୁ ସମ୍ବୋଧିତ କରିବେ।
ଆଜି ଅପରାହ୍ଣରେ କୋଲକାତା ବିମାନ ବନ୍ଦରରେ ପହଞ୍ଚିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏବଂ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିିଥ ପରମାଣିକ ସ୍ୱାଗତ କରିଥିଲେ।
ଏହି ଗସ୍ତ କାଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ଗୁରୁବାର ଦିନ ହିଙ୍ଗାଲଗଞ୍ଜରେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଭାସମାନ ସୀମା ଆଉଟପୋଷ୍ଟକୁ ଉଦଘାଟନ କରିବେ ଏବଂ ହରିଦାସପୁରରେ ମୈତ୍ରୀ ସଂଗ୍ରହାଳୟର ଶିଳାନ୍ୟାସ କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ସେ ସନ୍ଧ୍ୟାରେ ସିଲିଗୁଡିରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ଶାହା ତିନ ବିଘାର ଭାରତ- ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିବେ, ଯେଉଁଠାରେ ସେ ବିଏସଏଫ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ପରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ବିଜେପି ମୁଖ୍ୟାଳୟରେ ପଦଧାରୀମାନଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/amitshah1.jpg)