ପର୍ଣ୍ଣ ସାଇଟ୍‌ ଗୁଡ଼ିକୁ ବ୍ଲକ୍‌ କର : ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍‌ ମାଧ୍ୟମରେ ଅଶ୍ଳିଳ ଭିଡିଓ ବା ପର୍ଣ୍ଣୋଗ୍ରାଫୀର ବଢିଚାଲିଥିବା ପ୍ରସାରକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ବିଶେଷକରି ଲୋକମାନେ ବ୍ଲାକ୍‌ମେଲ କରି କିମ୍ବା ଲୋକମାନଙ୍କୁ ପ୍ରତିଶୋଧ ନେବା ଅର୍ଥରେ ଅଶ୍ଳିଳ ଭିଡିଓ ଇଣ୍ଟରନେଟ୍‌ରେ ଛାଡି ଦେଉଛନ୍ତି । ଦିନକୁ ଦିନ ଏପରି ମାମଲା ବଢିଚାଲିଛି । ଏଣୁ ଏପରି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ବିଶେଷକରି ଶିଶୁପର୍ଣ୍ଣୋଗ୍ରାଫୀର ପ୍ରସାରଣ କରୁଥିବା େଓ୍ଵବସାଇଟ୍‌ ଗୁଡ଼ିକ ଉପରେ କଡା ନଜର ରଖି ସେମାନଙ୍କୁ ଆବଶ୍ୟକ ପଡିଲେ ବ୍ଲକ୍‌ କରିବାକୁ ଗୃହମନ୍ତ୍ରୀ ରାଜନାଥ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା ଦେଶରେ ସାଇବର ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରାଯିବ ବୋଲି ସେ କହିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ନବଗଠିତ ସାଇବର ଆଣ୍ଡ ଇନଫର୍ମେସନ୍ ସିକ୍ୟୁରିଟି ଡିଭିଜନ ଅଧୀନରେ ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟରଏବଂ ସାଇବର ପୋଲିସ୍ ଫୋର୍ସ ଗଠନ କରାଯିବ । ୨୦୧୭ ନଭେମ୍ବର ୧୦ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନରେ ଏହି ସିଆଇଏସ ଡିଭିଜନ ଗଠନ କରାଯାଇଥିଲା ।


ସିଆଇଏସ୍ ଡିଭିଜନର 4ଟି ଶାଖା ରହିବ । ସେଗୁଡ଼ିକ ହେଲା; ସିକ୍ୟୁରିଟି କ୍ଲିଅରାନ୍ସ, ସାଇବର କ୍ରାଇମ ପ୍ରିଭେନ୍ସନ, ସାଇବର ସିକ୍ୟୁରିଟି ଏବଂ ଇନଫର୍ମେସନ ସିକ୍ୟୁରିଟି। ପ୍ରତ୍ୟେକ ଶାଖା ଜଣେ ଲେଖାଏ ଅନୁସଚିବ ସ୍ତରୀୟ ଅଧିକାରୀଙ୍କ ଅଧୀନରେ ରହିବ । ଜଣେ ଚିଫ୍ ଇନଫର୍ମେସନ୍
ସିକ୍ୟୁରିଟି ଅଫିସର (CISO)ଏବଂ ଡେପୁଟିସିଆଇଏସ୍ଓ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଆର୍ଥିକ ଠକେଇ ଅପରାଧ ରୋକିବାକୁ ଦିଆଯାଉଥିବା ବିଭିନ୍ନ ସୁପାରିସକୁ ସୂଚାଇବାକୁ ଏକ ଅନଲାଇନ ପୋର୍ଟାଲପାଇଁ ମଧ୍ୟ ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର