ନୂୂଆ କରି ଅନ୍ତରୀଣ ଅଧ୍ୟକ୍ଷ ହେବା ପରେ ସୋନିଆ ଗାନ୍ଧୀଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମାଆ ଦଳର ନୂଆ ଅନ୍ତରୀଣ ଅଧ୍ୟକ୍ଷ ହେବା ପରେ ତାଙ୍କୁ ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ଦିଆଯାଇଛି। କଂଗ୍ରେସ ମୁଖ୍ୟାଳୟ ବାହାରେ ସୋନିଆଙ୍କ ସହ ପୁଅ ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଜ୍ୱାଇଁ ରୋବର୍ଟ ଭଦ୍ରାଙ୍କ ଫଟୋ ଲଗାଯାଇ ଅଭିନନ୍ଦନ ବାର୍ତ୍ତା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବହୁ ଠେଲାପେଲା ପରେ ଶେଷରେ କଂଗ୍ରେସ ଦଳ ତା’ର ମୁଖିଆ ପାଇବାରେ ସମର୍ଥ ହୋଇଛି। ୨୦୧୯ରେ ଶୋଚନୀୟ ପରାଜୟ ପାଇବା ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅଡ଼ି ବସିଥିଲେ। ତା’ପରେ ଏହି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯାଇ ପାରୁନଥିଲା। ଶେଷରେ ସୋମବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ବଛାଯାଇଛି।

ସମ୍ବନ୍ଧିତ ଖବର