ଏଥର ମେଟାଭର୍ସରେ ବି ଖେଳିପାରିବେ ହୋଲି

ଭୁବନେଶ୍ୱର: ଗୁରୁବାର ହୋଲିକା ଦହନଠାରୁ ସମଗ୍ର ଦେଶରେ ରଂଗର ପର୍ବ ହୋଲି ଆରମ୍ଭ ହୋଇଯାଇଛି । ଲୋକମାନେ ରଙ୍ଗ ଖେଳି ବାଜା ବଜାଇ ଏହି ଉତ୍ସବକୁ ପାଳନ କରୁଛନ୍ତି । କିନ୍ତୁ ଏଥର ଭର୍ଚୁଆଲ ଦୂନିଆରେ ବି ହୋଲି ଖେଳ ଆରମ୍ଭ ହୋଇଯାଇଛି  । ଟାଟା ଟି ପ୍ରିମିୟମ ପକ୍ଷରୁ ମେଟାଭର୍ସରେ ବିଶ୍ବର ପ୍ରଥମ ହୋଲି ଉତ୍ସବ ଆୟୋଜନ କରାଯାଇଛି । ଏପରି କରିବାରେ ଟାଟା ପ୍ରଥମ ସଂସ୍ଥାରେ ପରିଣତ ହୋଇଛି ।

ଏହି ପ୍ଲାଟଫର୍ମରେ ପ୍ରବେଶ କରିବା ପରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ରୂପ ଧାରଣ କରିପାରିବେ ଏବଂ ବିଭିନ୍ନ ଲୋକପ୍ରିୟ ହୋଲି ଖେଳ ଗୁଡ଼ିକ ସହିତ ରଙ୍ଗର ଛାପକୁ ଉପଭୋଗ କରିପାରିବେ । ପାର୍ଟିରେ ରୋମାଂଚକୁ ବଢ଼ାଇବା ଲାଗି ସଙ୍ଗୀତ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ସଙ୍ଗୀତକାର ଓ ଗୀତିକାର ଯୋଡ଼ି ସଚେତ୍-ପରମ୍ପରାଙ୍କ ଏକ ସ୍ୱତନ୍ତ୍ର ଉତ୍ସବ ପ୍ରଦର୍ଶନ ଦେଖିବାକୁ ମିଳିବ । ସଙ୍ଗୀତକାର-ଗୀତିକାର ଯୋଡ଼ି ଓ ବାସ୍ତବ ଜୀବନର ପତି ଓ ପତ୍ନୀ ଉତ୍ତରପ୍ରଦେଶର ସଚେତ୍ ଟଣ୍ଡନ୍ ଓ ଦିଲ୍ଲୀର ପରମ୍ପରା ଟଣ୍ଡନ୍ ମିଳିତ ଭାବେ ଉତ୍ତରପ୍ରଦେଶର ଲଠମାର୍ ହୋଲି ଓ ଦିଲ୍ଲୀର ରଙ୍ଗବାଲି ହୋଲିର ଯାଦୁକୁ ଜୀବନ୍ତ କରିବେ; ଯାହାର ଭାବକୁ ଟାଟା ଟି ପ୍ରିମିୟମର ସ୍ୱତନ୍ତ୍ର ଉତ୍ସବ ପ୍ୟାକ୍ ସଂସ୍କରଣରେ ରଖାଯାଇଛି । ଟାଟା ଟି ପ୍ରିମିୟମ୍, ଦେଶ୍ କି ଚାଏର ମେଟାଭର୍ସରେ ପ୍ରଥମ ଧରଣର ହୋଲି ପାର୍ଟିରେ ଏହି ଯୋଡ଼ି ଯୋଗ ଦେବା ପରେ ରୋମାଂଚ ଆହୁରି ବଢ଼ିଯିବ ।

 

 

ସମ୍ବନ୍ଧିତ ଖବର