ନୂଆଦିଲ୍ଲୀ: ଆସିଛି ରଙ୍ଗର ପର୍ବ ହୋଲି । ସାରା ଦୁନିଆ ପାଲଟିଛି ରଙ୍ଗ ରଙ୍ଗୋଲି । ହୋଲିକୁ ନେଇ ଏବେ ସବୁଠି ଉତ୍ସାହ ଏବଂ ଉତ୍ସବ । ଚାରିଆଡେ ରଙ୍ଗର ପର୍ବକୁ ନେଇ ଖୁସିର ପସରା । ହୋଲି ପାଇଁ ବଜାରରେ ଭଳି କି ଭଳି ରଙ୍ଗ ମିଳୁଥିବା ବେଳେ ସୁଗନ୍ଧିତ ଅବିର ଏବଂ ହର୍ବାଲ ରଙ୍ଗ ଲୋକଙ୍କର ପ୍ରଥମ ପସନ୍ଦ ପାଲଟୁଛି । ତାସହ ପରସ୍ପର ରଙ୍ଗ ଲଗାଇ ମିଠା ଖାଇ ଖୁସି ମନାଉଛନ୍ତି ।
#WATCH | Delhi: Union Minister JP Nadda says, "My greetings to everyone on the occasion of Holi... Holi gives a message of unity..." pic.twitter.com/xaVGlSyAmr
— ANI (@ANI) March 14, 2025
ଚାରିଆଡେ ରଙ୍ଗର ପର୍ବକୁ ନେଇ ଉତ୍ସାହ ଜମିଥିବା ବେଳେ ରାଜନୀତିରେ ରଙ୍ଗ ଲାଗିଛି, ରାଜନେତା ବି ରଙ୍ଗ ଖେଳିଛନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଫଗୁ ଖେଳିଛନ୍ତି ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ନିର୍ବାଚନ ମଣ୍ଡଳୀ ଯାଇ ଲୋକଙ୍କ ସହ ହୋଲି ଖେଳିଛନ୍ତି । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ନିର୍ବାଚନମଣ୍ଡଳୀରେ ହୋଲିରେ ସାମିଲ ହୋଇଛନ୍ତି ଆଉ ଏକ ପିଚକାରୀ ଧରି ହୋଲି ଖେଳୁଥିବା ନଜର ଆସିଛନ୍ତି ।
#WATCH | Delhi CM Rekha Gupta celebrates #Holi with locals in Pitampura, Shalimar Bagh. pic.twitter.com/SIaWhDFHcm
— ANI (@ANI) March 14, 2025
ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ରଙ୍ଗ ଖେଳିଛନ୍ତି । ଗୋରଖନାଥ ମନ୍ଦିରରେ ରଙ୍ଗର ପର୍ବ ହୋଲି ପାଳିଛନ୍ତି ଯୋଗୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବି ବାଜା ବଜାଇ ନିଜ ବାସଭବନରେ ହୋଲି ଖେଳିଛନ୍ତି ।
#WATCH | UP CM Yogi Adityanath celebrates Holi in Gorakhpur pic.twitter.com/jDD0jPaC5D
— ANI (@ANI) March 14, 2025
ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପିଲାଙ୍କ ସହ ହୋଲି ପାଳିଥିବା ବେଳେ ମନୀଷ ସିସୋଦିଆ ଏବଂ ଦିଲ୍ଲୀ ମନ୍ତ୍ରୀ ପ୍ରବେଶ ବର୍ମା ମଧ୍ୟ ହୋଲି ପାଳିଛନ୍ତି ।
#WATCH | Defence Minister Rajnath Singh tries hands on a drum at the #Holi celebration at his residence in Delhi. pic.twitter.com/PFeaRiXPZA
— ANI (@ANI) March 14, 2025